ଭୁବନେଶ୍ୱର ଉପକଣ୍ଠ ନୂଆଗାଁରେ ଉତ୍ତେଜନା: ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କୁ ଛେଚିଲେ ଗାଁ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ନୂଆଗାଁରେ ଗଣ୍ଡଗୋଳ ହୋଇଛି। ଶିଶୁପାଳଗଡ଼ର କିଛି ଯୁବକଙ୍କୁ ଅଟକ ରଖି ମାଡ଼ ମାରିଲେ ଗାଁ ଲୋକେ। କିଛି ଦିନ ତଳେ ଶିଶୁପାଳଗଡ଼ର କିଛି ଅସାମାଜିକ ଯୁବକ ନୂଆଗାଁରେ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।  ଯାହାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଗତକାଲି ପୁଣି  ଶିଶୁପାଳଗଡ଼ର ୫ ଜଣ ଯୁବକ ଏକ ସ୍କର୍ପିଓ କାର୍‌ରେ ଆସି ନୂଆଗାଁରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ। ତେବେ ୨ ଜଣ ଧରାପଡ଼ିଥିବାବେଳେ ଅନ୍ୟମାନେ ଖସିଯିବାରେ ସଫଳ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ଭ୍ୟାନରେ ସେମାନଙ୍କୁ ଥାନାକୁ ନେବା ସମୟରେ ଯୁବକଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଣି ଆକ୍ରମଣ କରିଥିଲେ।।