ଜୀବିତ ନାବାଳକକୁ ମୃତ କହି ଫେରାଇଦେଲେ, ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ଜଳେଶ୍ୱର(ଅଜିତ ଦାସ ): ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର। ଏପରି ଅଭିଯୋଗ ଆଣି ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ମେଡିକାଲରେ ତୁମୁଳ କାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନେ ମେଡିକାଲରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗା ରୁଜା କରିବା ସହ ନାବାଳକକୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଘର ଉପରକୁ କରିଛନ୍ତି ପଥର ମାଡ଼। ଏତିକିରେ ଥମିନି ଉତ୍ତେଜନା। ଅଣାୟତ୍ତ ହୋଇ ପଡ଼ିଥିବା ଭିଡ଼କୁ କାବୁ କରିବାକୁ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି […]

jaleswar-7..1

Niharika Rout
  • Published: Thursday, 15 August 2019
  • , Updated: 15 August 2019, 03:14 PM IST

ଜଳେଶ୍ୱର(ଅଜିତ ଦାସ ): ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର। ଏପରି ଅଭିଯୋଗ ଆଣି ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ମେଡିକାଲରେ ତୁମୁଳ କାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନେ ମେଡିକାଲରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗା ରୁଜା କରିବା ସହ ନାବାଳକକୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଘର ଉପରକୁ କରିଛନ୍ତି ପଥର ମାଡ଼। ଏତିକିରେ ଥମିନି ଉତ୍ତେଜନା। ଅଣାୟତ୍ତ ହୋଇ ପଡ଼ିଥିବା ଭିଡ଼କୁ କାବୁ କରିବାକୁ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ଘଟଣାରୁ ଜଣାଯାଇଛି, ଜଳେଶ୍ୱର ବ୍ଲକ ରାଜପୁର ଗ୍ରାମର ଜଣେ ୧୨ ବର୍ଷର ନାବାଳକ ଆଜି ଅସୁସ୍ଥ ହୋଇ ପଡ଼ିଥିଲା। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାକୁ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ମୃତ ପିଲାଟିକୁ ଘରକୁ ନେଇ ଆସିଥିବା ବେଳେ ସେଠାରେ ସେ ଜୀବିତ ଥିବା ଦେଖିବାକୁ ପାଇଥିଲେ।

ଏହାପରେ ପିଲାଟିକୁ ବାଲେଶ୍ୱରର ଏକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଡାକ୍ତରର ଚିକିତ୍ସା ଅବେହଳାରୁ ଅକାଳରେ ଏକ ପିଲାର ଜୀବନ ଚାଲିଗଲା ବୋଲି ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଜଳେଶ୍ୱର ମେଡ଼ିକାଲରେ ପଶି ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ମେଡିକାଲ୍ ପରିସରରେ ଥିବା ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ଖାଲି ଏତିକି ନୁହେଁ, ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ମଧ୍ୟ  ଟେକାପଥର ମାଡ଼ ହୋଇଛି । ଏହାପରେ ମେଡିକାଲ ସମ୍ମୁଖ ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି।

ଏନେଇ ଜଳେଶ୍ୱର ଆଇଆଇସି  ପ୍ରଦୀପ ମାଝି କହିଛନ୍ତି, ଏକ ନାବାଳର ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

Related story