ଲାଲଗଡ଼ର କୁନି ଝିଅର ହୃଦୟର କଥା, ବଡ଼ ହେଲେ ଆଇଏଏସ୍‌ ହେବି

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଧୀ): “ବଡ଼ ହେଲେ ଆଇଏଏସ୍‌ ହେବି। ଆଇଏଏସ୍‌ ହେଲେ କଲେକ୍ଟର ହେବି।” ଠିକ୍‌ ଭାବେ କଥା ହୋଇପାରୁନଥିବା କୁନି ଝିଅ ସିମ୍‌ରନ୍‌ ଆଜି ଏପରି ଢଙ୍ଗରେ ନିଜର ମନର କଥା କହିଛନ୍ତି। ଇଏ ହେଉଛି ସେହି କୁନି ଝିଅ, ଯିଏ ଲାଲ୍‌ଗଡ଼ରେ ପ୍ରତିକ୍ଷଣ ଦେଖିଛି ଗୁଳିଗୁଳାର ଶବ୍ଦ ଓ ରକ୍ତର ହୋଲି। ବିଷ୍ମୟ କୁନି ଝିଅ ସିମ୍‌ରନ୍‌। ବୟସ ପାଖାପାଖି ୩ ବର୍ଷ ହେବ। ଠିକ୍‌ରେ କଥା ହୋଇପାରୁନଥିଲେ ମଧ୍ୟ ସିମ୍‌ରନ୍‌ ଦେଖାଇଛନ୍ତି […]

Narayanpatna

Narayanpatna

Manoranjan Sial
  • Published: Friday, 10 September 2021
  • Updated: 10 September 2021, 09:21 PM IST

Sports

Latest News

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଧୀ): “ବଡ଼ ହେଲେ ଆଇଏଏସ୍‌ ହେବି। ଆଇଏଏସ୍‌ ହେଲେ କଲେକ୍ଟର ହେବି।” ଠିକ୍‌ ଭାବେ କଥା ହୋଇପାରୁନଥିବା କୁନି ଝିଅ ସିମ୍‌ରନ୍‌ ଆଜି ଏପରି ଢଙ୍ଗରେ ନିଜର ମନର କଥା କହିଛନ୍ତି। ଇଏ ହେଉଛି ସେହି କୁନି ଝିଅ, ଯିଏ ଲାଲ୍‌ଗଡ଼ରେ ପ୍ରତିକ୍ଷଣ ଦେଖିଛି ଗୁଳିଗୁଳାର ଶବ୍ଦ ଓ ରକ୍ତର ହୋଲି।

ବିଷ୍ମୟ କୁନି ଝିଅ ସିମ୍‌ରନ୍‌। ବୟସ ପାଖାପାଖି ୩ ବର୍ଷ ହେବ। ଠିକ୍‌ରେ କଥା ହୋଇପାରୁନଥିଲେ ମଧ୍ୟ ସିମ୍‌ରନ୍‌ ଦେଖାଇଛନ୍ତି କମାଲ୍‌। ପ୍ରଶ୍ନ ଶୁଣୁଶୁଣୁ ଫଟାଫଟ୍‌ ଉତ୍ତର ଦେଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତରେ କେତୋଟି ରାଜ୍ୟ ଓ ପ୍ରତ୍ୟେକ ରାଜ୍ୟର ରାଜଧାନୀ କେଉଁଠି? ତାହାର ଉତ୍ତର ସିମ୍‌ରନ୍‌ ଅତି ନିର୍ଭୁଲ ଭାବେ ଦେଉଛନ୍ତି।

ଏହାଛଡ଼ା ଭାରତର ଜାତୀୟ ପିତା କିଏ? ଭାରତର ଜାତୀୟ ଫୁଲ ଓ ପଶୁ କିଏ? ଭାରତର ଜାତୀୟ ଖେଳ କଣ? ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ସିମ୍‌ରନ୍‌ ଏସବୁର ଉତ୍ତର ଚଟାପଟ୍‌ ଦେଉଥିବା ଦେଖିବାକୁ ମିଳିଥିଲା। ସିମ୍‌ରନ୍‌ଙ୍କ ଏହି ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଯେଉଁ ଭିଡ଼ିଓକୁ ବହୁ ଲୋକ ସେୟାର କରିବା ସହିତ ସିମ୍‌ରନ୍‌ଙ୍କୁ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଥିବ ଏହି ବିଷ୍ମର ବାଳିକା କିଏ ଓ ତାଙ୍କ ଘର କେଉଁଠି?

ନାରାୟଣପାଟଣା ବ୍ଲକ୍‌ ତଳଗୁମାଣ୍ଡି ପଞ୍ଚାୟତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରବଣ ବାରୀ ଗାଁ। ଏହି ଗାଁରେ ଜନ୍ମ ଗ୍ରହଣ କରିଥିଲେ ସିମ୍‌ରନ୍‌। ତାଙ୍କ ବାପା ଶ୍ରୀଧର ତାଡିଙ୍ଗି। ସେ ଜଣେ ଦିନ ମଜୁରିଆ। ନିଜର ଥିବା ୨୫ ଡେସିମିଲ୍‌ ଚାଷ ଓ ମୂଲମଜୁରୀ ଲାଗି ପରିବାର ଭରଣ ପୋଷଣ କରନ୍ତି। ତାଙ୍କ ପରିବାର କହିଲେ ପତ୍ନୀ ରାଣୀ କୁମାରୀ ଓ ଝିଅ ସିମ୍‌ରନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story