ନନ୍ଦନକାନନ ନଆସି ଭର୍ଚୁଆଲ୍‌ରେ ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭର୍ଚୁଆଲ୍‌ରେ ନନ୍ଦନକାନନ ପରିଭ୍ରମଣ। କଥାଟି ଅଡ୍‌ ଲାଗୁଥିଲେ ମଧ୍ୟ ସତ। କରୋନା ମହାମାରୀ ବେଳେ ନନ୍ଦନକାନନ ନଆସି ଜୀବଯନ୍ତୁଙ୍କ ମଜାଦାର ଭିଡିଓ ଦେଖିପାରୁଛନ୍ତି ଦର୍ଶକ। ନନ୍ଦନକାନନ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ଏପରି ଉଦ୍ୟମ କରିବାରେ ସଫଳ ହୋଇଛନ୍ତି। ନନ୍ଦନକାନନ ୱେବସାଇଟ୍‌ ଓ ସୋଶାଲ୍‌ ମିଡ଼ିଆ ଟ୍ୱିଟ୍‌ରରେ ଜୀବଯନ୍ତୁଙ୍କ ମଜାଦାର ଭିଡ଼ିଓ ଦେଖିବାକୁ ମିଳିଛି। ଲୋକମାନେ ଘରେ ବସି ନନ୍ଦନକାନନର ପରିଭ୍ରମଣର ମଜା ନେଇପାରିବେ। ନିକଟ ଅତୀତରେ ଉଦ୍ଧାର କରାଯାଇଥିବା ଭଲ୍ଲୁକ ଶାବକ ନନ୍ଦନକାନନରେ […]

NANDANKANAN-ZOOLOGICAL-PARK

NANDANKANAN-ZOOLOGICAL-PARK

Manoranjan Sial
  • Published: Friday, 21 May 2021
  • Updated: 21 May 2021, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭର୍ଚୁଆଲ୍‌ରେ ନନ୍ଦନକାନନ ପରିଭ୍ରମଣ। କଥାଟି ଅଡ୍‌ ଲାଗୁଥିଲେ ମଧ୍ୟ ସତ। କରୋନା ମହାମାରୀ ବେଳେ ନନ୍ଦନକାନନ ନଆସି ଜୀବଯନ୍ତୁଙ୍କ ମଜାଦାର ଭିଡିଓ ଦେଖିପାରୁଛନ୍ତି ଦର୍ଶକ। ନନ୍ଦନକାନନ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ଏପରି ଉଦ୍ୟମ କରିବାରେ ସଫଳ ହୋଇଛନ୍ତି। ନନ୍ଦନକାନନ ୱେବସାଇଟ୍‌ ଓ ସୋଶାଲ୍‌ ମିଡ଼ିଆ ଟ୍ୱିଟ୍‌ରରେ ଜୀବଯନ୍ତୁଙ୍କ ମଜାଦାର ଭିଡ଼ିଓ ଦେଖିବାକୁ ମିଳିଛି। ଲୋକମାନେ ଘରେ ବସି ନନ୍ଦନକାନନର ପରିଭ୍ରମଣର ମଜା ନେଇପାରିବେ।

https://twitter.com/ddnandankanan/status/1394945564756742144?s=20

ଗରମରୁ ତ୍ରାହି ପାଇବା ପାଇଁ ପାଣି ଟବ୍‌ରେ ଭାଲୁ ଛୁଆ ଖେଳୁଛନ୍ତି। କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡ଼ାଳରେ ଝୁଲି ମସ୍ତି କରୁଛି। ସେପଟେ ଗଛ ମୂଳରେ ଶୋଇଛି ଧଳାବାଘର। ତା’ ପାଖରେ ବାଘଛୁଆମାନେ ଖେଳୁଛନ୍ତି।

https://twitter.com/ddnandankanan/status/1394268789252845572?s=20

ଖାଲି ସେତିକି ନୁହେଁ, ହରିଣପଲଙ୍କ ଧାଁ ଦୌଡ଼ ହେଉ ବା ଘଡ଼ିଆଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ, ସମସ୍ତଙ୍କୁ ଭର୍ଚୁଆଲ୍‌ରେ ଦେଖିପାରିବେ ଦର୍ଶକ।

https://twitter.com/ddnandankanan/status/1392365861361491974?s=20

ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଛନ୍ତି। ପଶୁପକ୍ଷୀଙ୍କର ଛୋଟ ଛୋଟ ମଜାଳିଆ ଭିଡ଼ିଓକୁ ସୋଶାଲ ମିଡ଼ିଆରେ ଛାଡ଼ି ଚିଡ଼ିଆଖାନା ବୁଲା ମଉଜକୁ ଘରେ ଅନୁଭବର କରାଯାଉଛି।

https://twitter.com/ddnandankanan/status/1390633629861044224?s=20

କେବଳ ନନ୍ଦନକାନନ ନୁହେଁ, ଆଗାମୀ ଦିନରେ ରାଜ୍ୟର ଅନ୍ୟ ଚିଡ଼ିଆଖାନା ତଥା ପ୍ରାଣୀଉଦ୍ୟାନ ଓ ଅଭୟାରଣ୍ୟର ଭଲ ଭିଡ଼ିଓ ଉତ୍ତୋଳନ କରି ପର୍ଯ୍ୟଟକମାନଙ୍କ ପାଇଁ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ଏହାଛଡ଼ା ବିଭିନ୍ନ ସୋଶାଲ୍‌ ମିଡ଼ିଆ ପ୍ଲାଟଫର୍ମରେ ଛାଡ଼ିବାର ଉଦ୍ୟମ କରାଯିବ। ଏହାଦ୍ୱାରା ଚିଡ଼ିଆଖାନାକୁ ଆସିପାରୁ ନ ଥିବା ବ୍ୟକ୍ତି ଘରେ ବସି ଜୀବଜନ୍ତୁଙ୍କୁ ଦେଖିବାର ମଜା ନେଇ ପାରିବେ।

https://twitter.com/ddnandankanan/status/1392805204827930630?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos