ଭିସୁଟର ୨୫ ଛାତ୍ରଙ୍କୁ କରୋନା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା କବଳରେ ଛାତ୍ର। ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡି ଡିଆରଡିଏ। ୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସେମାନଙ୍କ ଠାରୁ […]

visut

visut

Madhupriya Mistry
  • Published: Saturday, 27 February 2021
  • Updated: 27 February 2021, 02:11 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା କବଳରେ ଛାତ୍ର। ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡି ଡିଆରଡିଏ।

୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସେମାନଙ୍କ ଠାରୁ ଆଉ କୌଣସି ଛାତ୍ର କିମ୍ବା ଆଉ କିଏ ଯେପରି ସଂକ୍ରମିତ ନହୁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନ ଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ ବାରଣ କରାଯାଇଛି । ଅଫଲାଇନ କ୍ଲାସ ବନ୍ଦ କରି ସବୁ ପିଲାଙ୍କ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ହୋଇଛି।

ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁଳପତି କହିଛନ୍ତି । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି। ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି କୁଳପତି କହିଛନ୍ତି ।

ସେହିପରି ସଂକ୍ରମିତ ଛାତ୍ରଙ୍କୁ ଭିସୁଟ ଭିତରେ ହଷ୍ଟେଲରେ ହିଁ ଆଇସୋଲେସନରେ ରଖିବାକୁ ଚେଷ୍ଟା ଚାଲିଛି। ସେମାନଙ୍କ ଚିକିତ୍ସା ମଧ୍ୟ ସେଇଠି ହିଁ କରାଯିବ ବୋଲି କୁଳପତି କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧ଟି କ୍ୱାରେଣ୍ଟାଇନ ଓ ୩୫ଟି ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ ସବୁଠୁ ଆଗରେ ରହିଛି । ଜିଲ୍ଲାରୁ ୧୦ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଅନୁଗୁଳରୁ ୩, ବାଲେଶ୍ୱରରୁ ୭, ବରଗଡରୁ ୪, ବଲାଙ୍ଗିରରୁ ୬, କଟକରୁ ୫, ଦେଓଗଡରୁ ୨, ଯାଜପୁର ଓ ଝାରସୁଗୁଡା ଓ ପୁରୀରୁ ୪ଜଣ ଲେଖାଏଁ, କେନ୍ଦ୍ରାପଡା ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ, ପୁରୀରୁ ୪, ମୟୂରଭଞ୍ଜରୁ ୫, ଗଜପତି, କଳାହାଣ୍ଡି, ନୟାଗଡ, ନୂଆପଡା, ସୋନପୁର ଓ ଷ୍ଟେଟପୁଲରୁ ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୧୦୪ରେ ପହଁଚିଛି।  ସେଥିମଧ୍ୟରୁ ୬୭୩ଟି ଆକ୍ଟିଭ କେସ ରହିଛି। ୩୩୪୪୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos