ନାହାନ୍ତି ଆପଣାର ଲୋକ, ଛୁଇଁଲେନି ପଡ଼ିଶା

ବଲାଙ୍ଗିର (ସସ୍ମିତା ସାହୁ):  ଜାତିରୁ ବାସନ୍ଦ ହେବା ଭୟରେ କେହି ସାହି ପଡ଼ିଶା ଶବକୁ ଛୁଇଁଲେ ନାହିଁ। ଫଳରେ ୬ ଘଣ୍ଟା ଶବ ପଡ଼ି ରହିଲା। ଶେଷରେ କିଛି ସ୍ୱେଚ୍ଛାସେବୀ ଆସି ମୃତକଙ୍କ ସତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ପଞ୍ଚାୟତର ଗୁଣ୍ଡୁରୁମୁଣ୍ଡା ଗାଁରେ। ମୃତକ ହେଲେ ଦଶରଥ କୁମାର (୭୫)। ସୂଚନା ଅନୁସାରେ, ଦଶରଥ ଓ ତାଙ୍କ ପତ୍ନୀ ଆସି ଦୀର୍ଘ ବର୍ଷ ହେବ ଗୁଣ୍ଡୁରୁମୁଣ୍ଡା ଗାଁରେ ରହୁଥିଲେ। […]

Basanda-Shaba--2

Basanda-Shaba--2

Jyoshna Pradhan
  • Published: Tuesday, 20 November 2018
  • Updated: 20 November 2018, 03:19 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ):  ଜାତିରୁ ବାସନ୍ଦ ହେବା ଭୟରେ କେହି ସାହି ପଡ଼ିଶା ଶବକୁ ଛୁଇଁଲେ ନାହିଁ। ଫଳରେ ୬ ଘଣ୍ଟା ଶବ ପଡ଼ି ରହିଲା। ଶେଷରେ କିଛି ସ୍ୱେଚ୍ଛାସେବୀ ଆସି ମୃତକଙ୍କ ସତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ପଞ୍ଚାୟତର ଗୁଣ୍ଡୁରୁମୁଣ୍ଡା ଗାଁରେ। ମୃତକ ହେଲେ ଦଶରଥ କୁମାର (୭୫)।

ସୂଚନା ଅନୁସାରେ, ଦଶରଥ ଓ ତାଙ୍କ ପତ୍ନୀ ଆସି ଦୀର୍ଘ ବର୍ଷ ହେବ ଗୁଣ୍ଡୁରୁମୁଣ୍ଡା ଗାଁରେ ରହୁଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦଶରଥ ଏକାକୀ ରହୁଥିଲେ। କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହୁନଥିଲା। ସେ ଭଲରେ ଖିଆପିଆ ମଧ୍ୟ କରିପାରୁ ନଥିଲେ। ଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ଦେଖିବାକୁ ମିଳିଥିଲା ଜାତିପ୍ରଥାର କୁତ୍ସିତ ରୂପ। ଦୀର୍ଘ ବର୍ଷ ଧରି ସାଙ୍ଗରେ ରହୁଥିବା ପଡ଼ୋଶୀ ମଧ୍ୟ ତାଙ୍କ ଶ‍ବକୁ ଛୁଇଁ ନଥିଲେ। ୬ ଘଣ୍ଟା ପଡ଼ି ରହିଥିଲା ଶବ। ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିରର 'ବିଙ୍ଗ ହ୍ୟୁମାନ' ନାମକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଗାଁରେ ପହଞ୍ଚି ଶବ ଉଦ୍ଧାର କରି କୋକେଇ ସଜେଇ ଥିଲେ।

ତଥାପି ଗାଁ ଲୋକଙ୍କ ଚେତା ପଶି ନଥିଲା। ସତ୍କାର ପାଇଁ ଆବଶ୍ୟକ ଶାବଳ, କୋଦାଳ ମଧ୍ୟ ଦେଇ ନଥିଲେ। ପରେ ସଙ୍ଗଠନର ସଦସ୍ୟମାନେ ୨ କିଲୋମିଟର ଦୂରକୁ ଶବ ନେଇ ନଦୀପଠାରେ ସତ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos