ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର, ଆଜି ଆସୁଛନ୍ତି ଗଡ଼କରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ଆସନ୍ତା ୨୯ ତାରିଖରେ ହେବ ଭୋଟଗ୍ରହଣ ହେବ। ରାଜ୍ୟର ୬ ଲୋକସଭା  ଆସନ ସହ ଏହି କ୍ଷେତ୍ରରେ ଆସୁଥିବା ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ,ବାଲେଶ୍ୱର ଓ ମୟୂରଭଂଜ ଲୋକସଭା ଆସନରେ ଭୋଟଗ୍ରହଣ ହେବ। ନିର୍ବାଚନ ପ୍ରଚାର ଲାଗି ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ  ଗଡ଼କରୀ । ଅପରାହ୍ନରେ ଭଦ୍ରକ ବରାହପୁର କଲେଜ ପଡ଼ିଆରେ ବିଜୟ ସଙ୍କଳ୍ପ […]

nitin_gadkari_1538500559_61

Tapas Behera
  • Published: Wednesday, 24 April 2019
  • , Updated: 24 April 2019, 08:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ଆସନ୍ତା ୨୯ ତାରିଖରେ ହେବ ଭୋଟଗ୍ରହଣ ହେବ। ରାଜ୍ୟର ୬ ଲୋକସଭା  ଆସନ ସହ ଏହି କ୍ଷେତ୍ରରେ ଆସୁଥିବା ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ,ବାଲେଶ୍ୱର ଓ ମୟୂରଭଂଜ ଲୋକସଭା ଆସନରେ ଭୋଟଗ୍ରହଣ ହେବ।

ନିର୍ବାଚନ ପ୍ରଚାର ଲାଗି ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ  ଗଡ଼କରୀ । ଅପରାହ୍ନରେ ଭଦ୍ରକ ବରାହପୁର କଲେଜ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ଅପରାହ୍ନ ୨ଟା ୩୦ରେ ଭଦ୍ରକ ବନ୍ତ ବ୍ଲକ ହାଟ ପଡ଼ିଆରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି  ୨୭ ତାରିଖରେ ସରିବ ନିର୍ବାଚନ ପ୍ରଚାର।

ହାତରେ ପ୍ରଚାରକୁ ଆଉ ମାତ୍ର ୪ ଦିନ ଥିବାବେଳେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଚାଲିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ସରିବ ନିର୍ବାଚନୀ ଅଭିଯାନ।  ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି ହେବ।

Related story