ପଞ୍ଚାୟତ ନିର୍ବାଚନ: ଏଥର ୩ଦିନ ଭୋଟ୍ ଗଣତି, ବାଲାଟ ପେପରରେ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଫେବୃୟାରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ମତଦାନ ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ହେବ। ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରାଯିବା ସହ ଆସନ୍ତା ୬ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଥମଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାର ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ […]

election

election

Ordigital Desk
  • Published: Thursday, 28 October 2021
  • Updated: 28 October 2021, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଫେବୃୟାରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ମତଦାନ ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ହେବ। ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରାଯିବା ସହ ଆସନ୍ତା ୬ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଥମଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାର ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଂଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ୧୮ ପୃଷ୍ଠାର ଗାଇଡଲାଇନ୍ ଜାରି କରାଯାଇଛି। ଏଥିରେ ପଂଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ , ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ,ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡ଼ଲାଇନ୍ ଅନୁସାରେ, ୨୦୧୭ ମସିହା ଭଳି ଆଗାମୀ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ। ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଇଭିଏମ ମେସିନରେ ମତଦାନ ହେଉଥିବାବେଳେ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟଗଣତି କେନ୍ଦ୍ର ମୁଖ୍ୟତଃ ବ୍ଲକ ମୁଖ୍ୟାଳୟରେ ହେବା ଉଚିତ୍। ଯଦି ବ୍ଲକ କାର୍ଯ୍ୟାଳୟରେ ସେଭଳି ଘରର ବ୍ୟବସ୍ଥା ନଥିବ ତା’ହେଲେ ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲ କିମ୍ବା କଲେଜରେ ଭୋଟଗଣନା କେନ୍ଦ୍ରର ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ବି ଅସ୍ଥାୟୀ ଗୃହରେ ଭୋଟଗଣତି ହୋଇପାରିବ ନାହିଁ । ଭୋଟଗଣତି କେନ୍ଦ୍ରର ସାଇଜ୍ ଅତିକମରେ (୩୫ଫୁଟ ଓ ୨୦ଫୁଟ) ହେବା ଜରୁରୀ। ଯଦି କୌଣସି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନରୁ ଅଧିକ ଜୋନ୍ ଥିବ ତା’ହେଲେ ସେଠାରେ ୨ଟି ଏଭଳି ହଲ୍ ଗଣନା ପାଇଁ ଆବଶ୍ୟକ ପଡ଼ିବ। ଭୋଟଗଣତି କେନ୍ଦ୍ରର ୧୦୦ମିଟର ପରିସର ଭିତରକୁ ମୋଟରଯାନ ପ୍ରବେଶ ନିଷେଧ। ଭୋଟ ଗଣତି କେନ୍ଦ୍ରକୁ ପ୍ରାର୍ଥୀ, ଏଜେଣ୍ଟ ଓ ଗଣନାକାରୀ କର୍ମଚାରୀମାନେ ନିଜର ଫୋନ୍ ଅବା କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇପାରିବେ ନାହିଁ। ଭୋଟଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି କାର୍ଯ୍ୟରେ ସାମିଲ କରାଯିବ ନାହିଁ।

କମିଶନ ତାଙ୍କ ଗାଇଡଲାଇନରେ ଦର୍ଶାଇଛନ୍ତି ଯେ, ଜିଲ୍ଲା ପରିଷଦ ଜୋନୱାରି ଗଣନା ବ୍ଲକରେ କରାଯିବ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ସମସ୍ତ ପଂଚାୟତର ଗଣନା କ୍ରମାନ୍ୱୟନରେ ହେବ । ପ୍ରଥମ ଦିନ ବ୍ଲକର ପ୍ରଥମ ଜିଲ୍ଲା ପରିଷଦ ଜୋନର ଗଣନା ହେବ। ଦ୍ୱିତୀୟ ଦିନ ଦ୍ୱିତୀୟ ଜିଲ୍ଲା ପରିଷଦ ଓ ତୃତୀୟ ଦିନରେ ୩ ଓ ୪ନମ୍ବର ଜୋନ ଗଣନା ହେବ। ଗୋଟିଏ ଜୋନରେ ଥିବା ସମସ୍ତ ପଂଚାୟତର ଭୋଟ୍ ଗଣନା ପାଇଁ ଗୋଟିଏ ଲେଖାଏଁ ଟେବୁଲ ପଡ଼ିବ । କେଉଁ ଟେବୁଲରେ କେଉଁ କର୍ମଚାରୀ ବସି ଗଣନା କରିବେ ତାହା ଲଟେରୀ ମାଧ୍ୟମରେ ନିର୍ବାଚନ ଅଧିକାରୀ ନିର୍ଦ୍ଧାରଣ କରିବେ। ଗୋଟିଏ ଟେବୁଲରେ ଗଣନା ନିମନ୍ତେ ଜଣେ ସୁପରଭାଇଜର, ୨ଜଣ ଗଣନା କର୍ମଚାରୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିବେ।

ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଗଣନା ହେଉଥିବା ଟେବୁଲ ନିକଟରେ ଭଲ ଭାବେ ଦେଖାଯାଉଥିବା ବେଂଚ ନିକଟରେ ବସିବେ। ଯଦି କୌଣସି କାରଣରୁ ଧାର୍ଯ୍ୟ ସମୟ ମଧ୍ୟରେ ଭୋଟଗଣତି ନସରିବ ତା’ହେଲେ ତାହା ପରବର୍ତ୍ତୀ ଦିନ ସକାଳ ୮ଟା ପର୍ଯ୍ୟନ୍ତ ଜାରି ରହିପାରିବ। ଯେଉଁଦିନ ଯେଉଁ ଜୋନର ଭୋଟଗଣତି ସରିବ ସେହି ଦିନ ତା’ର ଘୋଷଣା କରାଯିବ । ଭୋଟ ଗଣତିବେଳେ ପ୍ରଥମେ ୱାର୍ଡମେମ୍ବରଙ୍କ ଭୋଟର ଗଣତି ହେବ। ତା’ପରେ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଥିବା ଭୋଟର ଗଣନା କରାଯିବ । କେବଳ ସେତିକି ନୁହେଁ କେଉଁ ପଂଚାୟତ ଅବା ବୁଥକୁ କେତେ ପରିମାଣର ବାଲାଟ ପେପର ଯିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ଏକ ଫର୍ମୂଲା ମଧ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌, ୬୮୦୧ଟି ପଂଚାୟତ ସମିତି ସଦସ୍ୟ, ୬୮୦୨ଜଣ ସରପଂଚ ଓ ୯୨୦୫୨ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ଭୋଟଗ୍ରହଣ ହେବ। ଏଥିରେ ପ୍ରାୟ ୨.୮୦କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆସନ୍ତା ଜାନୁୟାରୀ ମାସରେ ସଂଶୋଧିତ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story