ଦଇତାପତି ନିଯୋଗ ନିର୍ବାଚନ ପାଇଁ ଚାଲିଛି ମତଦାନ, ୪ଟାରେ ଫଳାଫଳ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସଂପାଦକ, ସହ-ସଂପାଦକ ଓ କୋଷାଧ୍ୟକ୍ଷ […]

temple

Jitendra Garnayak
  • Published: Monday, 28 January 2019
  • , Updated: 28 January 2019, 10:36 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି।

ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସଂପାଦକ, ସହ-ସଂପାଦକ ଓ କୋଷାଧ୍ୟକ୍ଷ ଚୟନ କରାଯିବ।

ଏହି ନିର୍ବାଚନ ପାଇଁ ମୋଟ ୩୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପରେ ୮ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଆଉ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରିଙ୍କ ମତ ଅନୁସାରେ ପ୍ରଥମ ଥର ପାଇଁ କୌଣସି ନିଯୋଗର ନିର୍ବାଚନ ହେଉଛି। ଭୋଟ୍ ସରିବା ପରେ ଅପରାହ୍ନ ୪ଟାରେ ଫଳାଫଳ ପ୍ରକାଶ ପାଇବ।

Related story