ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଭୋଟଦାନ ହାର ସାମାନ୍ୟ କମିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ନେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି। ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟଦାନ ହାର ସାମାନ୍ୟ କମିଛି। ଭୋଟ ଗ୍ରହଣ ପରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।
ଗତ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯, ତିର୍ତ୍ତୋଲରେ ୭୪.୦୯% ମତଦାନ ହୋଇଥିଲା। ତିର୍ତ୍ତୋଲରେ ୩୧୯୩ ପୋଷ୍ଟାଲ ବାଲାଟ ହୋଇଥିବା ବେଳେ ୧୦୪ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି। ସେହିପରି ବାଲେଶ୍ୱରରେ ୧୬୩୧ ପୋଷ୍ଟାଲ ବାଲାଟ ପଡ଼ିଥିବା ବେଳେ ୬ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି । ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ରେ ।
ଗତକାଲି ବାଲେଶ୍ୱର ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ପୁଲିଂ ପାର୍ଟି ସେମାନଙ୍କର ଇଭିଏମ୍କୁ ହସ୍ତାନ୍ତର କରିଥିଲେ । ରାତି ୧୦ଟା ସୁଦ୍ଧା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ରିସିଭିଙ୍ଗ ସେଣ୍ଟରରେ ପହଞ୍ଚିଥିଲା । ପରେ ଏଗୁଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି।