ଭିଏସଏସ୍ ବୈଷୟିକ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ଖର୍ଚ୍ଚ ହେବ ହଜାରେ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ନବକଳେବର କରାଯିବ । ଏହି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର(ସେଂଟର ଅଫ ଏସେଲେନ୍ସି)ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବେ ଓ ଏଥିପାଇଁ ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟ ହେବ। ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭସୁଟକୁ ସଂପ୍ରସାରଣ ଓ ନବୀକରଣ କରିବା […]

Vssut

Ordigital Desk
  • Published: Thursday, 25 August 2022
  • , Updated: 25 August 2022, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ନବକଳେବର କରାଯିବ । ଏହି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର(ସେଂଟର ଅଫ ଏସେଲେନ୍ସି)ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବେ ଓ ଏଥିପାଇଁ ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟ ହେବ।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭସୁଟକୁ ସଂପ୍ରସାରଣ ଓ ନବୀକରଣ କରିବା ନିମନ୍ତେ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଶ୍ୱବିଦ୍ୟାଳୟରେ ସିଟ୍ ସଂଖ୍ୟା ଦ୍ୱିଗୁଣ କରିବା ସହ ବିଶ୍ୱବିଦ୍ୟାଳୟକୁ ଏକ ଉକର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ମାଷ୍ଟରପ୍ଲାନ୍ ସହ ପ୍ରକଳ୍ପ ପ୍ରସ୍ତାବ ତୁରନ୍ତ ପ୍ରସ୍ତୁତ କରି ବୈଷୟିକ ଶିକ୍ଷା ବିଭାଗ ମାଧ୍ୟମରେ ସରକାରଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ମହାପାତ୍ର ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ସହ ସମ୍ବଲପୁର ଗସ୍ତରେ ଯାଇ ପୂର୍ବାହ୍ନରେ ଭିସୁଟ୍ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗ ଓ ହଷ୍ଟେଲ ବୁଲି ଦେଖିଥିଲେ । ଏହି ସମୟରେ ଏହି ସମୟରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ତ୍ତୃପକ୍ଷଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଟିମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେମନ୍ତ ଶର୍ମା ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ସାମିଲ ଥିଲେ।

ଏହା ପରେ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ବୈଜାମୁଣ୍ଡାଠାରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀ ଓ ସମନ୍ୱିତ ସହାୟତା ଓ ଥଇଥାନ କେନ୍ଦ୍ରର ଭିତ୍ତିଭୂମି ଓ ସୁବିଧା ଆଦିର ଅନୁଧ୍ୟାନ କରିଥିଲେ । ଆଂଶିକଭାବେ କାର୍ଯ୍ୟକାରୀ ହୋଇଥିବା ଏହି କେନ୍ଦ୍ରକୁ ଆସନ୍ତା ୧ ରୁ ୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କର୍ମକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କେନ୍ଦ୍ରର ମାଧ୍ୟମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ, ଅସହାୟ ବୃଦ୍ଧ ଓ ଭିକାରୀମାନଙ୍କୁ ଥଇଥାନ କରାଯିବ । ପରେଏହି ଟିମ୍ ମା’ ସମଲେଇ ମନ୍ଦିର ଚତୁପାର୍ଶ୍ୱ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆରମ୍ଭ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ମନ୍ଦିର ପରିକ୍ରମା ପ୍ରକଳ୍ପ, ନଦୀ ସମ୍ମୁଖ ବିକାଶ, ମନ୍ଦିର ମଧ୍ୟରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆଦିର କ୍ଷେତ୍ରାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓଡ଼ିଶା ବ୍ରିଜ୍ ଓ କନ୍‌ଷ୍ଟ୍ରକ୍ସନ୍ ନିଗମ(ଓବିସିସି)କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଉତ୍ତରାଂଚଳ ଆରଡିସି ସୁରେନ୍ଦ୍ର ଦଳେଇ, ସମ୍ବଲପୁର ଜିଳ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ପୁଲିସ ଏସପି. ବି.ଗଙ୍ଗାଧରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Related story