ବୁର୍ଲା ଭିସୁଟ୍‌ର ୬୧ ଅଧ୍ୟାପକଙ୍କ ୩ ଦିନର ଦରମା ବନ୍ଦ

ସମ୍ବଲପୁର (ସଞ୍ଜୟ ଜେନା ): ମହଙ୍ଗା ପଡ଼ିଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ। ଜୁଲାଇ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି  ଆନ୍ଦୋଳନରେ ସାମିଲ ଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୁଳପତିଙ୍କ […]

vistu-1..

Niharika Rout
  • Published: Thursday, 29 August 2019
  • , Updated: 29 August 2019, 11:28 AM IST

ସମ୍ବଲପୁର (ସଞ୍ଜୟ ଜେନା ): ମହଙ୍ଗା ପଡ଼ିଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ। ଜୁଲାଇ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି  ଆନ୍ଦୋଳନରେ ସାମିଲ ଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

କୁଳପତିଙ୍କ ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ ବହୁ ଅଧ୍ୟାପକ ଓ ଅଧ୍ୟାପିକା। ଏଥିପାଇଁ ସେମାନେ  ଗତ ଜୁଲାଇ ୨୫ ତାରିଖରୁ  ତିନି ଦିନ ଧରି ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇଥିଲେ। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା। ଫଳରେ ଉକ୍ତ ୩ ଦିନର ଦରମା କାଟିବା ପାଇଁ ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି।

ଭିସୁଟ୍‌ର ‘ନୋ ୱାର୍କ, ନୋ ପେ’ ନିୟମ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏହି ଘଟଣାରେ ପୂର୍ବରୁ ୪ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରାଯାଇଥିଲା।

Related story