ଚାଲିଥିଲା ଅନଲାଇନ୍‌ କ୍ଲାସ୍‌, ଗ୍ରୁପ୍‌ରେ ପଡ଼ିଲା ଅଶ୍ଳୀଳ ଫଟୋ!

କଟକ(ଓଡ଼ିଶା ରିପୋର୍ଟର):  ଅନ୍‌ଲାଇନ୍‌ କ୍ଲାସ ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଳୀଳ ଫଟୋ!  ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଅଶ୍ଳୀଳ ଫଟୋ ପକାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଭାବେ କିଛି ଅଭିଯୋଗ ହୋଇ ନ ଥିବା ବେଳେ ସୋଶାଲ ମିଡିଆରେ ପୂର୍ବତନ କର୍ପୋରେଟର ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏ  ବାବଦରେ କୌଣସି ଲିଖିତ ଅଭିଯୋଗ ଆସି ନ ଥିବା କହିଛନ୍ତି । ଅଭିଯୋଗ ଆସିଲେ […]

online-class-student-joseku

online-class-student-joseku

Niharika Rout
  • Published: Saturday, 01 August 2020
  • Updated: 01 August 2020, 02:25 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ଅନ୍‌ଲାଇନ୍‌ କ୍ଲାସ ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଳୀଳ ଫଟୋ!  ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଅଶ୍ଳୀଳ ଫଟୋ ପକାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଭାବେ କିଛି ଅଭିଯୋଗ ହୋଇ ନ ଥିବା ବେଳେ ସୋଶାଲ ମିଡିଆରେ ପୂର୍ବତନ କର୍ପୋରେଟର ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।

ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏ  ବାବଦରେ କୌଣସି ଲିଖିତ ଅଭିଯୋଗ ଆସି ନ ଥିବା କହିଛନ୍ତି । ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ଥିବା ବେଳେ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ୍‌ରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଅଭିଭାବକମାନେ ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହେଉଥିବା ବେଳେ ଏପରି ଘଟଣା ସେମାନଙ୍କ ମନରେ ନିହାତି ଭାବେ ଶଙ୍କା ସୃଷ୍ଟି କରିବ।  ‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos