Advertisment

ବୁଣାକାରଙ୍କ ନିବେଦନ; ଗାଁକୁ ଆସିଲେ ତନ୍ତୁବାୟ ସହଯୋଗ ସମିତିକୁ ଆସିବେ

ଉଦଳା (ମାନସ ପାଣି): ଭାରତର ମହାମହିମ ରାଷ୍ଟ୍ରପତି ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପ୍ରତି ଓଡ଼ିଆ ନିଜକୁ ଗର୍ବ ଅନୁଭବ କରୁଛି। ହେଲେ ବେଶୀ ଖୁସି ଅନୁଭବ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାର ଟସର ବୁଣାକାର। କାରଣ ଶ୍ରୀମତୀ ମୁର୍ମୁ ବିଧାୟକ, ମନ୍ତ୍ରୀ ଥିବା ବେଳେ ନିୟମିତ ପ୍ରଦର୍ଶନୀ ମେଳାକୁ ଆସନ୍ତି ଓ ଟସରରେ ତିଆରି ଶାଢ଼ି କିଣି ନିଅନ୍ତି। ସେ ନିଜ ଜନ୍ମ ମାଟିକୁ ଆସିଲା ବେଳେ ତନ୍ତୁବାୟ ସହଯୋଗ […]

ଅଦ୍ୟତନ ହୋଇଛି
ବୁଣାକାରଙ୍କ ନିବେଦନ; ଗାଁକୁ ଆସିଲେ ତନ୍ତୁବାୟ ସହଯୋଗ ସମିତିକୁ ଆସିବେ

Baripada

Advertisment

ଉଦଳା (ମାନସ ପାଣି): ଭାରତର ମହାମହିମ ରାଷ୍ଟ୍ରପତି ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପ୍ରତି ଓଡ଼ିଆ ନିଜକୁ ଗର୍ବ ଅନୁଭବ କରୁଛି। ହେଲେ ବେଶୀ ଖୁସି ଅନୁଭବ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାର ଟସର ବୁଣାକାର। କାରଣ ଶ୍ରୀମତୀ ମୁର୍ମୁ ବିଧାୟକ, ମନ୍ତ୍ରୀ ଥିବା ବେଳେ ନିୟମିତ ପ୍ରଦର୍ଶନୀ ମେଳାକୁ ଆସନ୍ତି ଓ ଟସରରେ ତିଆରି ଶାଢ଼ି କିଣି ନିଅନ୍ତି। ସେ ନିଜ ଜନ୍ମ ମାଟିକୁ ଆସିଲା ବେଳେ ତନ୍ତୁବାୟ ସହଯୋଗ ସମିତିକୁ ଆସନ୍ତୁ ବୋଲି ବୁଣାକାରମାନେ ନିବେଦନ କରିଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୁଳ ଗାଁରେ ଆଜକୁ ୬୦ ବର୍ଷ ତଳେ ଗଢ଼ି ଉଠିଥିଲା ତନ୍ତୁବାୟ ସହଯୋଗ ସମିତି। ଏଠାରେ ୭୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଟସରରେ ଲୁଗା ବୁଣି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଗୋଟିଏ ଶାଢ଼ି ତିଆରି କରିବା ପାଇଁ ଦୁଇ ଜଣ ବୁଣାକାରଙ୍କୁ ଲାଗୁଛି ୫ରୁ ୬ ଦିନ। ୭୦୦୦ ଟଙ୍କାରେ ବିକ୍ରି ହେଉଥିବା ଶାଢ଼ିରୁ ସେମାନଙ୍କୁ ମିଳୁଛି ୩୫୦୦୦ ଟଙ୍କା।

[caption id="attachment_752922" align="aligncenter" width="650"]Baripada ସୂତା କାଟିବାରେ ବ୍ୟସ୍ତ ଅଛନ୍ତି ବୁଣାକାର[/caption]

Advertisment

ତନ୍ତୁବାୟ ସହଯୋଗ ସମିତିରୁ ଖଡ଼ାକୁମ୍ଭ, ଦାଲକୁମ୍ଭ, ଘିଚା, ପ୍ଲେନ୍‌ ଶାଢ଼ି, ପେଣ୍ଟିଂ ଶାଢ଼ି, ଗାମୁଛା, ବେଡ୍‌ସିଟ୍‌, ଲୁଙ୍ଗି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି ହେଉଛି। ଡିହିରାକୁଳ ତନ୍ତୁବାୟ ସମିତି ସଦସ୍ୟଙ୍କ ହାତ ତିଆରି ସମଗ୍ରୀର ଚାହିଦା ଭଲ ରହିଛି। ଏହି ସବୁ ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି ହେଉଛି। ବୁଣାକାରମାନେ ଏହାକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ପରିବାର ଭରଷପୋଷଣ କରୁଛନ୍ତି। ଲାଭବାନ ମଧ୍ୟ ହେଉଛନ୍ତି।

[caption id="attachment_752923" align="aligncenter" width="650"]Baripada ଅରଟ ଚଲାଇ ସୂତା କାଟିବାରେ ବ୍ୟସ୍ତ ଅଛନ୍ତି ବୁଣାକାର[/caption]

ଟସର ଓ ତନ୍ତୁ ଭିତରେ ନିଜକୁ ଅନବରତ ବ୍ୟକ୍ତ ରହୁଥିବା ମୟୂରଭଞ୍ଜ ଜିଲ୍ଲା ଏ ବୁଣାକାରମାନେ ଏବେ ବେଶ୍‌ ଖୁସ୍‌। କାରଣ ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ଦେଶର ପ୍ରଥମ ନାଗରୀକ ହୋଇଛନ୍ତି। ଶ୍ରୀମତୀ ମୁର୍ମୁ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ଡିହିରାକୁଳ ତନ୍ତୁବାୟ ସମିତି ସଦସ୍ୟଙ୍କ ହାତି ତିଆରି ଶାଢ଼ି ଅନେକ ବାର କିଣିଛନ୍ତି। ସେ ସବୁବେଳେ ଟସରରେ ତିଆରି ଶାଢ଼ି ପନ୍ଧନ୍ତି। ଏପରିକି ଶ୍ରୀମତୀ ମୁର୍ମୁ ଓଡ଼ିଶା ଛାଡ଼ି ଦିଲ୍ଲୀ ଅଭିମୁଖେ ଗଲା ବେଳେ ମୟୂରଭଞ୍ଜ ଜିଲ୍ଲାର ତନ୍ତୁ କାରିଗରଙ୍କ ହାତ ତିଆରି ଶାଢ଼ି ପିନ୍ଧି ଯାଇଥିବା ବୁଣାକାରମାନେ କହିଛନ୍ତି।

ବୁଣାକାରଙ୍କ କହିବା ଅନୁସାରେ ପ୍ରତିବର୍ଷ ଉଦଳାରେ ମେଳା ପଡ଼େ। ସେଠାକୁ ଶ୍ରୀମତୀ ମୁର୍ମୁ ଆସନ୍ତି ଓ ଶାଢ଼ି କିଣି ନିଅନ୍ତି। ଏବେ ସେ ରାଷ୍ଟ୍ରପତି ହୋଇଛନ୍ତି। ଶ୍ରୀମତୀ ମୁର୍ମୁ ଘରକୁ ଆସିଲା ବେଳେ ଡିହିରାକୁଳ ତନ୍ତୁବାୟ ସମିତିକୁ ଆସନ୍ତୁ ବୋଲି ବୁଣାକାରମାନେ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe