ଭୁଶୁଡ଼ିଲା ମାଟି କାନ୍ଥ, ଅଳ୍ପକେ ବର୍ତ୍ତିଲା ୩ ଜୀବନ

କୋଇଡ଼ା (ସୁନୀଲ ପଣ୍ଡା): ରାତିରେ ଖାଇପିଇ ଶୋଇଥିଲେ। ହଠାତ୍‌ ଭୁଶୁଡ଼ି ପଡ଼ିଲା କାନ୍ଥ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାର। ରବିବାର ବିଳମ୍ୱିତ ରାତିରେ ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି। ଡେଙ୍ଗୁଳା ପଞ୍ଚାୟତ ଯଲଢ଼ି ଗାଁର ଗୌତମ ନାଏକ, ତାଙ୍କ ସ୍ତ୍ରୀ ବେଲ ନାଏକ ଓ ତିନି ବର୍ଷର ଝିଅ ପୂନମ ରବିବାର ରାତିରେ ଖାଇପିଇ ନିଜ ଝାଟି ମାଟିର ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ମାଟି କାନ୍ଥଟି […]

koida

koida

Manoranjan Sial
  • Published: Monday, 15 August 2022
  • Updated: 15 August 2022, 04:55 PM IST

Sports

Latest News

କୋଇଡ଼ା (ସୁନୀଲ ପଣ୍ଡା): ରାତିରେ ଖାଇପିଇ ଶୋଇଥିଲେ। ହଠାତ୍‌ ଭୁଶୁଡ଼ି ପଡ଼ିଲା କାନ୍ଥ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାର। ରବିବାର ବିଳମ୍ୱିତ ରାତିରେ ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି।

ଡେଙ୍ଗୁଳା ପଞ୍ଚାୟତ ଯଲଢ଼ି ଗାଁର ଗୌତମ ନାଏକ, ତାଙ୍କ ସ୍ତ୍ରୀ ବେଲ ନାଏକ ଓ ତିନି ବର୍ଷର ଝିଅ ପୂନମ ରବିବାର ରାତିରେ ଖାଇପିଇ ନିଜ ଝାଟି ମାଟିର ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ମାଟି କାନ୍ଥଟି ହଠାତ୍‌ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ସମସ୍ତଙ୍କୁ ମାଟି ତଳୁ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି।

ଗତ ୩ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରବିବାର ରେକର୍ଡ ପରିମାଣରେ ୪୭.୨ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁ ଓଏମ୍‌ସି ହଟିଂରେ ଦୁଇଟି ପରିବାରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି। ମାତ୍ର ଏଥିରେ କାହାରି କିଛି କ୍ଷତି ଘଟି ନାହିଁ। ଅଳ୍ପକେ ବର୍ତ୍ତି ଯାଇଛି ଦୁଇ ପରିବାର ଜୀବନ। ଅନ୍ୟପକ୍ଷରେ ବର୍ଷା ଲାଗି ରହିଥିବାରୁ ମଣ୍ଡଯୋଡ଼ ରାସ୍ତାରେ ପାଣି ପ୍ରବାହିତ ହୋଇଥିଲା। ଯିବା ଆସିବାରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos