କାନ୍ଥପଡ଼ି ବାପପୁଅ ମୃତ

ଖୋର୍ଦ୍ଧା: ଖାର୍ଦ୍ଧା ଜିଲ୍ଲା ମାଣିବନ୍ଧ ଆଦିବାସୀ ସାହିରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବାବେଳେ କାନ୍ଥପଡ଼ି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପ୍ରକାଶ ଦେହୁରୀ ଓ ତାଙ୍କ ପୁଅ ସୁମନ। ବଡ଼ ପୁଅ ବିରଜାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ଜେଜେ ଯୋଗୀ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ହୋଇଥିଲା ବେଳେ ସୁମନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।