ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବର ଜଗବନ୍ଧୁଙ୍କୁ ହତ୍ୟା

ଅନୁଗୁଳ : ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତୁଳିଆ ପଞ୍ଚାୟତର ଜଗବନ୍ଧୁ ବେହେରା ନାମକ ଜଣେ ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅନ୍ତୁଳିଆ ବଜାରରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି। ପୁଲିସ […]

murder-5

Tapas Behera
  • Published: Sunday, 29 September 2019
  • , Updated: 29 September 2019, 10:48 PM IST

ଅନୁଗୁଳ : ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତୁଳିଆ ପଞ୍ଚାୟତର ଜଗବନ୍ଧୁ ବେହେରା ନାମକ ଜଣେ ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ଅନ୍ତୁଳିଆ ବଜାରରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି। ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Related story