ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନିଝିଅ ପରୀ ମାମଲାରେ ଆସିଛି ସାଂଘାତିକ ମୋଡ଼। ମାମଲାର ରଫାଦଫା ପାଇଁ ପୁଲିସ ୫ ଲକ୍ଷ ଟଙ୍କା ଯାଚିଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପରୀର ବାପା । ଏମିତି କି ପରୀର ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଯାଉଥିବା ପରୀର ବାପା ଅଭିଯୋଗ ଆଣିଛନ୍ତି। ୫ ଲକ୍ଷ ଟଙ୍କା ଯାଚି ଅନ୍ୟ ନାଁରେ ଅଭିଯୋଗ କରିବାକୁ ପ୍ରବର୍ତ୍ତାଇଛି ପୁଲିସ । ଏପରିକି ପରୀର ଏକ ପ୍ରତିମୂର୍ତ୍ତି ଏବଂ ପରୀ ନାଁରେ ପୁରସ୍କାର ରଖିବା ପାଇଁ ବି ପୁଲିସ ଲୋଭ ଦେଖାଇଥିବା ପରୀର ବାପା ଅଭିଯୋଗ କରିଛନ୍ତି ।
ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରେସମିଟ୍ କରି ପରୀ ନିଆଁରେ ଘିଅ ଢାଳିଛି ବିଜେପି । ପରୀକୁ କେବଳ ହତ୍ୟା ନୁହେଁ, ତାର ଅଙ୍ଗ ତସ୍କରୀ ବି ହୋଇଛି। ଏହି ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି, ତାକୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରିଛି ।
ତେଣୁ ଏସ୍ଆଇଟି ନୁହେଁ, ସିବିଆଇ ତଦନ୍ତ ସହ ମନ୍ତ୍ରୀ ପଦରୁ ଅରୁଣଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେପଟେ ଏସ୍ଆଇଟି ଗଠନ ପରେ ଖୁସି ଥିବା କଂଗ୍ରେସ ୟୁ-ଟର୍ଣ୍ଣ କରି ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି କହିଛି । ତେବେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।