ତାତି ସାଙ୍ଗକୁ ବଢୁଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ,ପାଣି ପାଇଁ ଲୋକେ ଡହଳବିକଳ

ଅନୁଗୋଳ/ମୋହନା(ଓଡ଼ିଶା ରିପୋର୍ଟର): ଡହ ଡହ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ଅସ୍ତବ୍ୟସ୍ତ ହେଲେଣି ଅନୁଗୋଳ ଜିଲ୍ଲାବାସୀ। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ଗାଁଠୁ ସହର ସବୁଠି ସୂର୍ଯ୍ୟଙ୍କ ରୌଦ୍ରତାପରେ ଡହଳ ବିକଳ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଦିନ ୧୦ଟା ପରେ ଦୋକାନ ବଜାର ବନ୍ଦ। ସେହିପରି ତାଳଚେର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ସମସ୍ୟାକୁ ଦ୍ୱିଗୁଣିତ କରିଛି।  ଜିଲ୍ଲାରେ ଅଂଶୁଘାତ ଆଶଙ୍କା ଥିବାରୁ ବିଭିନ୍ନ ମେଡ଼ିକାଲରେ ଅଂଶୁଘାତ […]

summer

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 02:03 PM IST

ଅନୁଗୋଳ/ମୋହନା(ଓଡ଼ିଶା ରିପୋର୍ଟର): ଡହ ଡହ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ଅସ୍ତବ୍ୟସ୍ତ ହେଲେଣି ଅନୁଗୋଳ ଜିଲ୍ଲାବାସୀ। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ଗାଁଠୁ ସହର ସବୁଠି ସୂର୍ଯ୍ୟଙ୍କ ରୌଦ୍ରତାପରେ ଡହଳ ବିକଳ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଦିନ ୧୦ଟା ପରେ ଦୋକାନ ବଜାର ବନ୍ଦ। ସେହିପରି ତାଳଚେର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ସମସ୍ୟାକୁ ଦ୍ୱିଗୁଣିତ କରିଛି।  ଜିଲ୍ଲାରେ ଅଂଶୁଘାତ ଆଶଙ୍କା ଥିବାରୁ ବିଭିନ୍ନ ମେଡ଼ିକାଲରେ ଅଂଶୁଘାତ କକ୍ଷ ଖୋଲିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଗଜପତି ଜିଲ୍ଲା ମୋହନାରେ ମଧ୍ୟ  ତାତି ସାଙ୍ଗକୁ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଟୋପାଏ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ମୋହନା ଏନ୍ଏସିର ୧୬ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ଷ୍ଟାଣ୍ଡପୋଷ୍ଟ ଅଚଳ ହେବା ସହ ଭଙ୍ଗା ପୋଷ୍ଟରୁ ପାଇପ ସଂଯୋଗ କରି ଡ୍ରେନରୁ ପାଣି ନେବା ପାଇଁ ଲାଗିଛି ଲମ୍ବା ଲାଇନ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି ଗ୍ରାମ୍ୟ ଜଳ ପରିମଳ ନିର୍ବାହୀ ଯନ୍ତ୍ରୀ ପ୍ରହ୍ଲାଦ ସାହୁ କହିଛନ୍ତି।

 

Related story