ଏଣିକି ଦୁଇଓଳା ମିଳିବନି ଜଳ : ଗଳିକନ୍ଦି ବୁଲିଲା ପ୍ରଚାର ଗାଡ଼ି, କାହିଁକି ହେଲା ଏମିତି ଅବସ୍ଥା

ପାରାଦୀପ /କୋରାପୁଟ : ଧିରେ ଧିରେ ଚେନ୍ନାଇ ପାଲଟୁଛି କି ପାରାଦୀପ ? ସ୍ୱଳ୍ପବୃଷ୍ଟିରୁ ଶ୍ରାବଣ ମାସରେ ବି ମହାନଦୀ ଖାଲି। ଆଉ ଯେଉଥିପାଇଁ ପାରାଦୀପକୁ ଜଳଯୋଗାଣର ମୁଖ୍ୟ ଉତ୍ସ ତାଳଦଣ୍ଡା କେନାଲ୍‌ରେ ମଧ୍ୟ ଆବଶ୍ୟକ ମୁତାବକ ପାଣି ନାହିଁ । ଖସିଯାଇଛି ପୋର୍ଟ ଜଳଭଣ୍ଡାରର ଜଳସ୍ତର। ଆଉ ସେଇଥିପାଇଁ ୩ ଦିନ ତଳେ ପାରାଦୀପ ଟାଉନ୍‌ସିପ୍‌ରେ ଦୁଇବେଳା ପରିବର୍ତ୍ତେ ବେଳାଏ ଜଳଯୋଗାଣର ସତର୍କ ସୂଚନା ଦେଇ ଗଳିକନ୍ଦି ବୁଲିଥିଲା ପ୍ରଚାର ଗାଡ଼ି। ଏହା ଭିତରେ ଅଳ୍ପ […]

p-12

p-12

Tapas Behera
  • Published: Sunday, 28 July 2019
  • Updated: 28 July 2019, 09:24 PM IST

Sports

Latest News

ପାରାଦୀପ /କୋରାପୁଟ : ଧିରେ ଧିରେ ଚେନ୍ନାଇ ପାଲଟୁଛି କି ପାରାଦୀପ ? ସ୍ୱଳ୍ପବୃଷ୍ଟିରୁ ଶ୍ରାବଣ ମାସରେ ବି ମହାନଦୀ ଖାଲି। ଆଉ ଯେଉଥିପାଇଁ ପାରାଦୀପକୁ ଜଳଯୋଗାଣର ମୁଖ୍ୟ ଉତ୍ସ ତାଳଦଣ୍ଡା କେନାଲ୍‌ରେ ମଧ୍ୟ ଆବଶ୍ୟକ ମୁତାବକ ପାଣି ନାହିଁ । ଖସିଯାଇଛି ପୋର୍ଟ ଜଳଭଣ୍ଡାରର ଜଳସ୍ତର। ଆଉ ସେଇଥିପାଇଁ ୩ ଦିନ ତଳେ ପାରାଦୀପ ଟାଉନ୍‌ସିପ୍‌ରେ ଦୁଇବେଳା ପରିବର୍ତ୍ତେ ବେଳାଏ ଜଳଯୋଗାଣର ସତର୍କ ସୂଚନା ଦେଇ ଗଳିକନ୍ଦି ବୁଲିଥିଲା ପ୍ରଚାର ଗାଡ଼ି।

ଏହା ଭିତରେ ଅଳ୍ପ ବର୍ଷା ହୋଇଥିଲେ ବି ସ୍ଥିତିରେ ସୁଧାର ଆସିନି। ତେଣୁ ଆଗକୁ ଏଠି ବି ଚେନ୍ନାଇ ଜଳସଂକଟ ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କାରେ ବନ୍ଦରନଗରୀ ବାସିନ୍ଦା।

ଏପଟେ ଉଦ୍‌ବେଗଜନକ ଭାବେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଚିନ୍ତାରେ କୋରାପୁଟବାସୀ। ବିଧାନସଭାରେ କୋରାପୁଟ ଭୂତଳ ଜଳ ହ୍ରାସ ସଂକ୍ରାନ୍ତ ସରକାରଙ୍କ ଲିଖିତ ଉତ୍ତର କହୁଛି, କେନ୍ଦ୍ରୀୟ  ଭୂତଳ ଜଳ ଆୟୋଗର ତଥ୍ୟ ଅନୁଯାୟୀ ୧୯୯୯ ମସିହାରେ କୋରାପୁଟ ଜିଲ୍ଲାର ଭୂତଳ ଜଳ ୦.୮୨ ବିଲିୟନ୍ ଘନମିଟର ଥିଲାବେଳେ ଏବେ ତାହା ୦.୪୮ ବିଲିୟନ୍ ଘନ ମିଟରକୁ ହ୍ରାସ ପାଇଛି। ଅର୍ଥାତ୍ ୨୦ ବର୍ଷ ଭିତରେ ଭୂତଳ ଜଳ ପରିମାଣ ପାଖାପାଖି ୪୦ ପ୍ରତିଶତ ହ୍ରାସ ପାଇଛି।

ତା’ର କାରଣ ହେଉଛି ଅଧିକ ବୃଷ୍ଟିପାତ ପାଇଁ ଓଡ଼ିଶାର ଚେରାପୁଞ୍ଜି ଆଖ୍ୟା ପାଇଥିବା କୋରାପୁଟରେ ଏବେ ଆଉ ସେଭଳି ବର୍ଷା ନାହିଁ। ଜିଲ୍ଲାରେ କୋଲାବ, ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଭଳି ଜଳଭଣ୍ଡାର ଥିଲେ ବି ଏସବୁ ଜଳଧାରଣ କ୍ଷମତା ହ୍ରାସ ଯୋଗୁଁ ଭୂତଳ ଜଳ ହ୍ରାସ ପାଉଥିବା କୁହାଯାଉଛି। ଏପିରିକ ଜିଲ୍ଲାରେ ବହୁଳମାତ୍ରାରେ ୟୁକାଲିପଟସ୍ ବୃକ୍ଷରୋପଣ ମଧ୍ୟ ଭୂତଳ ଜଳ ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି।

କେବଳ କୋରାପୁଟ ନୁହେଁ,ସାରା ରାଜ୍ୟରେ ବି ଉଦ୍‌ବେଗଜନକ ଭାବେ ଖସିଚାଲିଛି ଭୂତଳ ଜଳସ୍ତର। ବିଧାନସଭାରେ ସରକାର ରଖିଥିବା ତଥ୍ୟ ଅନୁଯାୟୀ, ୨୦୦୯ରେ ରାଜ୍ୟର ଭୂତଳ ଜଳ ପରିମାଣ ୧୬.୬୯ ବିଲିୟନ୍ ଘନ ମିଟର ଥିଲା ବେଳେ ୨୦୧୭ ବେଳକୁ ଏହା ୧୫.୫୭ ବିଲିୟନ୍ ଘନମିଟରକୁ ଖସିଆସିଛି। ତେଣୁ ବେଳ ଥାଉ ଥାଉ ବର୍ଷା ଜଳ ଅମଳ ଭଳି ସ୍ଥାୟୀ ପଦକ୍ଷେପ ଦିଗରେ ସରକାରଙ୍କୁ ଗୁରୁତ୍ୱର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି। ନହେଲେ ଆଗକୁ ଏ ସ୍ଥିତି ଉତ୍କଟ ହେବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos