ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା: ପୋଲ ଉପରେ ୪ ଫୁଟ୍ର ପାଣି
ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡ଼ିଛି । ମୁଖତଃ ଖଇରିପୁଟ ଓ ମାଥିଲି ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି।
ପାଙ୍ଗାମ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଫଳରେ ପାଙ୍ଗାମ ପୋଲ ଉପରେ ୪ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ଜୟପୁର ଓ ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ସେହିପରି ଖାଇରିପୁଟ ନିକଟରେ ଥିବା ଏକ କଲଭର୍ଟ ଧୋଇ ହୋଇଯାଇଛି। ଏଥିଯୋଗୁଁ ମାଝିଗୁଡା ଓ କେନ୍ଦୁଗୁଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।