ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ: ୪୨୫ ଗାଁର ୨.୫୦ ଲକ୍ଷ ଲୋକ ଜଳବନ୍ଦୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ତଳିଆ ଅଂଚଳରେ ସ୍ଥିତି ଚିନ୍ତାଜନକ ରହିଛି । ଆଜି ରାତି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ ଓ ଆସନ୍ତାକାଲି ସୁଦ୍ଧା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଏହାସହିତ […]

Flood

Flood

Ordigital Desk
  • Published: Wednesday, 17 August 2022
  • Updated: 17 August 2022, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ତଳିଆ ଅଂଚଳରେ ସ୍ଥିତି ଚିନ୍ତାଜନକ ରହିଛି । ଆଜି ରାତି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ ଓ ଆସନ୍ତାକାଲି ସୁଦ୍ଧା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଏହାସହିତ ହୀରାକୁଦର ୪୦ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ବିଶେଷଜ୍ଞଙ୍କ ପରାମର୍ଶରେ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ରାଜ୍ୟର ମୋଟ ୪୨୫ଟି ଗାଁର ଅଢ଼େଇ ଲକ୍ଷ ଲୋକ ଏବେ ଜଳବନ୍ଦୀ ଥିବାବେଳେ ୪.୬୭ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ସକାଳୁ ବନ୍ୟା ଜଳ କମିବ । ଏବେ ମୋଟ ୫ଟି ଘାଇ ହୋଇଛି । ଏସବୁ ଘାଇକୁ ମରାମତି କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ମୋଟ ୧୯୭ଟି ସ୍ଥାନରେ ଘଳିଆ ମରାମତି କରାଯାଇ ବଡ଼ଧରଣର ବନ୍ୟା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଛି । ଏବେ ମୁଣ୍ଡୁଳୀ,ଖଇରାମାଳ ଓ ବଡ଼ମାଳରେ ଜଳସ୍ତର ହ୍ରାସ ପାଉଛି । କିନ୍ତୁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପରିସ୍ଥିତି ଚିନ୍ତାଜନକ ରହିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମହାନଦୀ ଅବବାହିକାରେ ଥିବା ୧୨ଟି ଜିଲ୍ଲାର ମୋଟ ୬୪ଟି ବ୍ଲକର ୧୭୫୭ଟି ଗାଁ ଓ ୧୦ଟି ପୌରାଂଚଳର ୬୦ଟି ୱାର୍ଡର ମୋଟ ୪.୬୭ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ତେବେ ସର୍ବାଧିକ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକର ୮୦୯ଟି ଗାଁର ୨୦୪୧୩ଜଣ ଲୋକ, କଟକର ୧୦ଟି ବ୍ଲକର ୩୦୭ଟି ଗାଁର ୧.୭୧ଲକ୍ଷ ଲୋକ, କେନ୍ଦ୍ରାପଡ଼ାର ୭ଟି ବ୍ଲକର ୮୬ଟି ଗାଁର୮୯୯୮୩ଜଣ, ପୁରୀର ୬ଟି ବ୍ଲକର ୧୩୮ଟି ଗାଁର ୬୭୬୧୮ଜଣ, ସମ୍ବଲପୁରର ୯ଟି ବ୍ଲକର ୪୫ଟି ଗାଁ, ସୋନପୁରରେ ୪ଟି ବ୍ଲକର ୩୧ଟି ଗାଁ, ଯାଜପୁରର ଗୋଟିଏ ବ୍ଲକର ୩୧ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ସେହିପରି ଯାଜପୁର ଓ ସମ୍ବଲପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୧୦ଟି ଜିଲ୍ଲାର ୪୨୫ଟି ଗାଁର ୨ଲକ୍ଷ ୨୬ହଜାର ୪୪୭ଜଣ ଲୋକ ଜଳବନ୍ଦୀ ଅଛନ୍ତି । ମୋଟ ୧୫୮ଟି ମାଗଣା କିଚେନ୍ ଖୋଲାଯାଇ ୫୭୯୪୮ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୫୩୮୬୬ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୧୪୪୪ଟି ଘର ନଷ୍ଟ ହୋଇଥିବାବେଳେ ୩୪୭୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ୩ଟି ଲେଖାଏଁ ଓ କଟକ ଜିଲ୍ଲାକୁ ଗୋଟିଏ ମିନି ମିନେରାଲ ୱାଟର ପ୍ଲାଂଟ ଯୋଗାଇ ଦିଆଯାଇଛି । ଏହା ମାଧ୍ୟମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ପାଉଚରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ । ସେହିପରି ବନ୍ୟାଂଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ପଲିଥିନ ଦେବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ତହସିଲରେ ପର୍ଯ୍ୟାପ୍ତ ପରିମାଣର ପଲିଥିନ ଗଚ୍ଛିତ ରହିଛି । ଗତକାଲି ୨ଟି ଘାଇ ହୋଇଥିବାବେଳେ ଆଜି ମଧ୍ୟରେ ଆଉ ଅଧିକ ୩ଟି ଘାଇ ହୋଇଛି । ଶେଷ ଘାଇ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀରେ ଘାଇ ହୋଇଛି । ସେଠାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି ।

ଏବେ ରାଜ୍ୟରେ ମୋଟ ୧୮ଟି ଓଡ୍ରାଫ ଓ ଏନଡିଆରଏଫ ଟିମ୍ ଏବଂ ୪୪ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ମୁତୟନ ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ୩ଟି ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ୍ ସହ ୮ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ଅଛନ୍ତି । ଏହି ଟିମ୍ ମୋଟ ୧୮ଟି ଟିମରେ ବିଭକ୍ତ ହୋଇ କାର୍ଯ୍ୟ କରିପାରିବ । ସେହିପରି ପୁରୀ ଜିଲ୍ଲାରେ ୩ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି । ବନ୍ୟା ପରିସ୍ଥିତି ଚିନ୍ତାଜନକ ଥିବାରୁ ଜନପ୍ରତିନିଧି, ସାଧାରଣ ଲୋକ, ସରକାରୀ କର୍ମଚାରୀମାନଙ୍କୁ ମିଳିତ ଭାବେ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ନିବେଦନ କରିଛନ୍ତି ।

ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ହୀରାକୁଦର ମୋଟ ୪୦ଟି ଗେଟ୍ ଖୋଲା ରହିଛି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ ୬୨୬.୧୪ ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୫.୮୦ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୬.୭୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ଲଘୁଚାପ ବର୍ଷା ହେଲେ ବନ୍ୟା ପରିସ୍ଥିତି ବିଶେଷ ଉଦବେଗଜନକ ହେବନି ଓ ସର୍ବାଧିକ ୮ରୁ ସାଢ଼େ ୮ଲକ୍ଷ କ୍ୟୁସେକ ଜଳ ମୁଣ୍ଡୁଳୀ ଦେଇ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ଏବେ ମୁଣ୍ଡୁଳୀରେ ରାତି ୮ଟା ସୁଦ୍ଧା ୧୦.୪୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story