ମୁଣ୍ଡଳୀରେ କମୁଛି ଜଳସ୍ତର

କଟକ (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ଗତକାଲି ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି । ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍‌ ଜଳ କମୁଛି । କିନ୍ତୁ ହୀରାକୁଦରୁ ପାଣି ଆସିଲେ, ପୁଣି ଜଳସ୍ତର ବଢ଼ିବ। […]

flood-2-1..

Niharika Rout
  • Published: Friday, 16 August 2019
  • , Updated: 16 August 2019, 01:41 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ଗତକାଲି ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି । ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍‌ ଜଳ କମୁଛି । କିନ୍ତୁ ହୀରାକୁଦରୁ ପାଣି ଆସିଲେ, ପୁଣି ଜଳସ୍ତର ବଢ଼ିବ।

ଗତକାଲି ହୀରାକୁଦରୁ ଯେଉଁ ପାଣି ଛଡ଼ା ଯାଇଥିଲା, ତାହା ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ମୁଣ୍ଡଳିରେ ପହଞ୍ଚିବ । ତେଣୁ ତଳିଆ   ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆ ଯାଇଛି । ତେବେ ହୀରାକୁଦରୁ ପାଣି  ଆସିବା ପରେ ବାଙ୍କୀ ଓ ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପାରେ । ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବାର ଆଶଙ୍କା ଅଛି।

Related story