ମୁଣ୍ଡଳିରେ କମୁଛି ଜଳସ୍ତର, ତଥାପି ବିପଦସଙ୍କେତ ଉପରେ ମହାନଦୀ

କଟକ(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର। ଏହାସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ । ଗତକାଲି ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ଆଜି ତାହା ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି।  ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍  ରହିଛି। ଏବେବି […]

mundali

mundali

Niharika Rout
  • Published: Wednesday, 17 August 2022
  • Updated: 17 August 2022, 09:45 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର। ଏହାସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ ।

ଗତକାଲି ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ଆଜି ତାହା ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି।  ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍  ରହିଛି। ଏବେବି ମୁଣ୍ଡଳିରେ ବିପଦ ସଙ୍କେତ ଉପରେ ମହାନଦୀରେ ଜଳ ପ୍ରବାହିତ ହେଉଛି।

ଗତକାଲି ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୬ ଫୁଟ୍ ରହିଛି। ଡ୍ୟାମ୍‌କୁ  ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍‌ ଜଳ।  ହୀରାକୁଦରୁ ଗତକାଲିଠୁ ଛଡ଼ା ଯାଇଥିବା ପାଣି ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ସେତେବେଳକୁ ମୁଣ୍ଡଳି ଜଳପତ୍ତନ କମିଯାଇଥିବାରୁ ତାହା ଅଧିକ ବିପଦ ସୃଷ୍ଟି କରିବ ନାହିଁ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଉପରମୁଣ୍ଡରେ ବର୍ଷା ଆରମ୍ଭ ହେଲେ ସ୍ଥିତି ଅଣାୟତ ହେବା ଆଶଙ୍କା ଦେଖାଦେଇଛି।

ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାରେ ୯ଟି ଏନଡିଆରଏଫ୍‌, ୯ଟି  ଓଡ୍ରାଫ୍ ଓ ୪୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ଆସନ୍ତା ୭ ଦିନ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos