ବଢ଼ୁଛି ୭ ନଦୀର ଜଳସ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ  ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର ।  ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି ।  ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି। ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଫଳରେ ବନ୍ୟା ଆଶଙ୍କାରେ ଲୋକେ ମୁଣ୍ଡରେ ହାତ ଦେଲେଣି। ନରାଜରେ ମହାନଦୀର ଜଳସ୍ତର ବଢୁଥିବା […]

water level

Niharika Rout
  • Published: Wednesday, 15 September 2021
  • , Updated: 15 September 2021, 07:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ  ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର ।  ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି ।  ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି। ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଫଳରେ ବନ୍ୟା ଆଶଙ୍କାରେ ଲୋକେ ମୁଣ୍ଡରେ ହାତ ଦେଲେଣି।

ନରାଜରେ ମହାନଦୀର ଜଳସ୍ତର ବଢୁଥିବା ବେଳେ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି । ସେହିପରି ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀର ଜଳସ୍ତର ବୃଦ୍ଧି ପାଉଛି  । ଆଖୁଆପଦାରେ ବୈତରଣୀର ଜଳସ୍ତର ବଢୁଥିବା ବେଳେ  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର ।

ସେହିପରି ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗ ଏବଂ ରାଜଘାଟ ଓ ଜାମସୋଳା ଘାଟରେ ବଢୁଛି ସୁବର୍ଣ୍ଣରେଖା  । ସେହିପରି ଗୁଣୁପୁରରେ ବଂଶଧାରା ଏବଂ ମଥାନୀରେ ଜଳକାର ଜଳସ୍ତର ବୃଦ୍ଧି ପାଉଛି । ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  ।

ସୂଚନାଯୋଗ୍ୟ, ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ସୋମବାର ସନ୍ଧ୍ୟା ୬ଟାରେ ୬୨୫.୧୦ ଫୁଟ ଥିବା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର  ଗତ ୨୪ ଘଣ୍ଟାରେ ପ୍ରାୟ ୨ ଫୁଟ ବୃଦ୍ଧି ପାଇ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳକୁ ୬୨୭.୦୪ ଫୁଟରେ ପହଞ୍ଚିଛି। ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ହୀରାକୁଦର ୬ଟି ସୁଇସ୍‌ ଗେଟ୍‌ ଖୋଲା ଯାଇଥିଲା। ଏହା ପ୍ରଭାବରେ ବିଭିନ୍ନ  ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

Related story