ଭଦ୍ରକ(ପାର୍ଥ ସାରଥୀ ନାୟକ): ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ରେବ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବନ୍ତ ବ୍ଲକରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।
ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଡିଆ ଗାଁକୁ ୨ଟି ରାସ୍ତା ସଂଯୋଗ କରୁଥିବା ବେଳେ ଗୋଟିଏ ରାସ୍ତାରେ ଏବେ ଆଣ୍ଠୁଏ ପାଣିର ସୁଅ ଚାଲିଛି । ଅନ୍ୟ ରାସ୍ତାରେ ବର୍ଷା ପାଇଁ ଘାଇ ହୋଇଯାଇଛି । ଫଳରେ ଗ୍ରାମଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।
ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ପାଣି ପ୍ରବାହିତ ହେଉଛି । କ୍ରାନ୍ତିକାରୀ କୃଷକ ମହାସଂଘର ଆବାହକଙ୍କ ସହ ଏକ ଟିମ୍ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ଏଥିସହ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି କ୍ଷତିପୂରଣ ଦାବି କରିଛନ୍ତି।