ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଗର୍ଭ ଗୃହରେ ପଶିଗଲା ବନ୍ୟା ପାଣି। ଆଉ ବୁଡ଼ିଗଲେ ବିଗ୍ରହ। ଗତ ତିନିଦିନ ଧରି ଲଘୁଚାପ ପ୍ରଭାବରେ ଅବିଶାନ୍ତ ବର୍ଷା ଯୋଗୁ ଭଦ୍ରକ ଆଖଣ୍ଡମଣୀ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ସମ୍ପୁର୍ଣ୍ଣ ବୁଡିଯାଇଥିଲା।
ଏଥି ଯୋଗୁ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ହୋଇଥିଲା। ପରେ ଏକ ଛୋଟ ପମ୍ପ ପକାଇ ପାଣି ବାହାର କରାଯାଇଥିଲା। ବିଶେଷକରେ ମଣିବାବାଙ୍କ ମନ୍ଦିର ତଳମାଳରେ ହୋଇଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣି ସ୍ରୋତ ପଡିଥାଏ।
ପ୍ରତି ବର୍ଷ ବର୍ଷାଦିନେ ଏମିତି ପରିସ୍ଥିତି ଦେଖା ଦେଇଥାଏ। ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତ୍ୱ ବିଭାଗ ପକ୍ଷରୁ ମରାମତି ହୋଇଥିଲେ ମଧ୍ୟ ଏବେ ପୁନର୍ବାର ସମାନ ସମସ୍ୟା ଦେଖା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।