ଓଡ଼ିଶାରେ ୧୯ ନଦୀର ଜଳ ପ୍ରଦୂଷିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୧୯ ନଦୀ ଜଳ ପ୍ରଦୂଷିତ ହୋଇଛି। ଆଜି ଲୋକସଭାରେ ଏହି ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆ ଏହି ଉତ୍ତର ଦେଇଛନ୍ତି। ଯାହାକୁ ନେଇ ନଦୀ ପାର୍ଶ୍ୱବର୍ତ୍ତୀ ବସବାସ କରୁଥିବା ଲୋକଙ୍କ ହୋସ୍‌ ଉଡି ଯାଇଛି। ସେଣ୍ଟ୍ରାଲ ପଲ୍ୟସନ୍‌ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୯ ନଦୀ ପ୍ରଦୂଷିତ। ଗଙ୍ଗୁଆ, ଗୁରାଡ଼ିନାଳ, କାଠଯୋଡ଼ି, ନନ୍ଦିରାଝର, ଦୟା, ଲୁଣା, ମଙ୍ଗଳା, କୁଆଖାଇ, ବଙ୍ଗୁରୁନାଳ, ଭେଡେନ, […]

river

Manoranjan Sial
  • Published: Thursday, 05 December 2019
  • , Updated: 05 December 2019, 05:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୧୯ ନଦୀ ଜଳ ପ୍ରଦୂଷିତ ହୋଇଛି। ଆଜି ଲୋକସଭାରେ ଏହି ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆ ଏହି ଉତ୍ତର ଦେଇଛନ୍ତି। ଯାହାକୁ ନେଇ ନଦୀ ପାର୍ଶ୍ୱବର୍ତ୍ତୀ ବସବାସ କରୁଥିବା ଲୋକଙ୍କ ହୋସ୍‌ ଉଡି ଯାଇଛି।

ସେଣ୍ଟ୍ରାଲ ପଲ୍ୟସନ୍‌ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୯ ନଦୀ ପ୍ରଦୂଷିତ। ଗଙ୍ଗୁଆ, ଗୁରାଡ଼ିନାଳ, କାଠଯୋଡ଼ି, ନନ୍ଦିରାଝର, ଦୟା, ଲୁଣା, ମଙ୍ଗଳା, କୁଆଖାଇ, ବଙ୍ଗୁରୁନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ନାଗାବଳି, ରତ୍ନଚିରା, ଋଷିକୂଲ୍ୟା, ସାବୁଳିଆ ଓ ସେଢୁଅ ପ୍ରଦୂଷିତ ହୋଇଛି। ଯାହା ଏବେ ରାଜ୍ୟବାସୀଙ୍କ ଚିନ୍ତା ପଢ଼ାଇ ଦେଇଛି।

ସୂଚନାରୁ ପ୍ରକାଶ, ରାଜଧାନୀ ଭୁବନେଶ୍ୱର ଓ କଟକ ଉପକଣ୍ଠ ଦେଇ ପ୍ରବାହିତ ହେଉଛି କାଠଯୋଡ଼ି, ଗଙ୍ଗୁଆ, ଦୟା ପ୍ରମୁଖ ନଦୀ। ଏହି ନଦୀରେ ମିଶୁଛି ଦ୍ୱୈତନଗରୀରୁ ନିର୍ଗତ ହେଉଥିବା ଆବର୍ଜନା ପାଣି। ଯାହାଫଳରେ ନଦୀ ପାଣି ଦୂଷିତ ହେଉଛି। ଏହାଛଡ଼ା ସହର ପାଖରେ ଗଢ଼ି ଉଠିଥିବା ଛୋଟବଡ଼ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀ ପାଣିରେ ମିଶୁଥିବାରୁ ଅନେକ ସମୟରେ ମାଛ ମଡ଼କ ଦେଖିବାକୁ ମିଳୁଛି। ଏଥିପ୍ରତି ରାଜ୍ୟ ସରକାର ତିଳେ ମାତ୍ର ନଜର ଦେଉନାହାନ୍ତି। ଯାହା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇ ଦେଇଛି।

 

Related story