‘ଦୟା’ ପାଇଁ କାହାର ଦୟା ନାହିଁ

Ordigital Desk
  • Published: Tuesday, 31 October 2017
  • , Updated: 31 October 2017, 05:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଆଜି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହା ମଧ୍ୟରେ ଜଳ ପ୍ରଦୂଷଣ ଗୋଟିଏ। ଆଧୁନିକତାର ଦ୍ୱାହି ଦେଇ ମଣିଷ ପ୍ରକୃତି ଉପରେ କରି ଚାଲିଛି ନିଷ୍ଠୁର ପ୍ରହାର। ଏହାର ପ୍ରଭାବରେ ବହୁ ଜଳଚର ପ୍ରାଣୀ ନିଜର ଅସ୍ତିତ୍ୱ ହରାଇ ସାରିଛନ୍ତି ଓ ଆଉ କିଛି ନିଜ ଅସ୍ତିତ୍ୱ ହରାଇବା ପାଦଦେଶରେ ରହିଛନ୍ତି। ନିଜେ ନାନା ସମସ୍ୟାରେ ପଡୁଥିଲେ ବି ଅହଙ୍କାରୀ ମଣିଷର ଚେତା ପଶୁନାହିଁ। ସାରା ବିଶ୍ୱ ପରି ଆମ ରାଜ୍ୟରେ ମଧ୍ୟ ସମାନ ସ୍ଥିତି। ଏଠାରେ ପ୍ରବାହିତ ନଦୀ ଗୁଡିକ ଦିନକୁ ଦିନ ଏତେ ପ୍ରଦୂଷିତ ହେଉଛି ଯେ, ନିଜର ଅସ୍ତିତ୍ୱ ହରାଇବାକୁ ବସିଛନ୍ତି। ଉଦାହରଣ ଭାବେ ଦୟାନଦୀକୁ ନିଆଯାଇ ପାରେ। ସତେ ଯେମିତି ଲାଗୁଛି &lsquo;ଦୟା&rsquo; ପାଇଁ କାହାର ଦୟା ନାହିଁ।</p> <p>ଏହି ଐତିହାସିକ ନଦୀ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ପିଇବାଠାରୁ ଆରମ୍ଭ କରି ଚାଷବାସ, କୌଣସି କାମରେ ବି ବ୍ୟବହାର ଯୋଗ୍ୟ ନାହିଁ। ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଏହି ନଦୀରେ ପଡ଼ୁଥିବାରୁ ଦୟାନଦୀର ପାଣି ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଦୟାନଦୀର ପାଣି ବ୍ୟବହାର ନ କରିବା ପାଇଁ ସଚେତନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।</p> <p>ବିଭିନ୍ନ ନଦୀର ପ୍ରଦୂଷଣ ରୋକିବା ନେଇ ଆଜି ଅନୁଷ୍ଠିତ ଏକ ବୈଠକରେ ଆଲୋଚନା ହୋଇଛି। ପ୍ରଦୂଷଣ ମୁକାବିଲା ପାଇଁ ରାଜଧାନୀର ୬ଟି ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାମ ଜାରି ରହିଛି। ଏଥିପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ବୋଲି ମନ୍ତ୍ରୀ ବୈଠକ ପରେ ସୂଚନା ଦେଇଛନ୍ତି। ଦୟାନଦୀ ସହ ଭାର୍ଗବୀ, ଲୁଣା, ରତ୍ନହୀରା ନଦୀଜଳର ପ୍ରଦୂଷଣ ସମସ୍ୟା ନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଥିଲା।</p> <p>ବୈଠକରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମେତ ସଂପୃକ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ।</p>

Related story