ପାଣି ପାଇଁ ଛାତ୍ରଛାତ୍ରୀ ଡହଳବିକଳ, ନଦୀର ଦୂଷିତ ପାଣି ପିଉଛନ୍ତି

Ordigital Desk
  • Published: Monday, 09 April 2018
  • , Updated: 09 April 2018, 12:07 PM IST
<p>କନ୍ଧମାଳ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କଡ଼ିପାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ସମସ୍ୟା ଜଟିଳ ରୂପ ନେଇଛି। ନଳକୂଅ ଅଚଳ ଅବସ୍ଥାରେ ପଡିଛି। କୂଅର ପାଣି ମଧ୍ୟ ଶୁଖି ଗଲାଣି। ପାଣି ମୁନ୍ଦାଏ ପାଇ ଛାତ୍ରଛାତ୍ରୀ ଡହଳବିକଳ ହେଉଛନ୍ତି। ହେଲେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀମାନେ ନଦୀର ଦୂଷିତ ପାଣି ପିଉଛନ୍ତି।</p> <p>ଏଠାରେ ସମନ୍ୱିତ ଆଦିବାସୀ ପ୍ରକଳ୍ପ ସଂସ୍ଥା ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ମଧ୍ୟ ରହିଛି। ଶତାଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଥିଲେ ମଧ୍ୟ ପାଣିର କୌଣସି ସୁବିଧା ନାହିଁ। ଗାଧୁଆପାଧୁଆ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ ଏହି ନଦୀର ଦୂଷିତ ପାଣି ଉପରେ &nbsp;ଛାତ୍ରଛାତ୍ରୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଏପରିକି ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ।</p> <p>ସେପଟେ ସ୍କୁଲରେ ପିଇବା ପାଣି ସମସ୍ୟା କଥାକୁ ସ୍ୱୀକାର କରିଛନ୍ତି ପ୍ରକଳ୍ପ ପ୍ରଶାସକ। ଦୁଇ ଦିନ ମଧ୍ୟରେ ଟ୍ୟାଙ୍କର ଯୋଗେ ପାଣି ଯୋଗା ଯିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ବୋଲି ପ୍ରକଳ୍ପ ପ୍ରଶାସକ କହିଛନ୍ତି ।</p>

Related story