ଆସନ୍ତାକାଲି ରାଜଧାନୀରେ ବନ୍ଦ ରହିବ ଜଳଯୋଗାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି। ୱାଟକୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପଳାଶୁଣୀ ନିକଟରେ ଜଳଯୋଗାଣ ପାଇପ୍ ଳାଇନ୍ ମରାମତି ହେବାର ଥିବାରୁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହର ଭିତରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ […]

water

Ordigital Desk
  • Published: Thursday, 07 October 2021
  • , Updated: 07 October 2021, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି।

ୱାଟକୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପଳାଶୁଣୀ ନିକଟରେ ଜଳଯୋଗାଣ ପାଇପ୍ ଳାଇନ୍ ମରାମତି ହେବାର ଥିବାରୁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହର ଭିତରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ଆସନ୍ତାକାଲି ୮ଘଣ୍ଟା ଜଳଯୋଗାଣ ବନ୍ଦ ରହୁଥିବାରୁ ଲୋକମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ିପାରେ। ସେଥିପାଇଁ ଆଗୁଆ ଜଳ ସଂରକ୍ଷିତ କରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ପାଇପଲାଇନରେ ମରାମତି ପାଇଁ ଏଭଳି ବନ୍ଦ କରିବାର ଆବଶ୍ୟକତା ଦେଖାଦେଇଥିବାରୁ ସହଯୋଗ ପାଇଁ ରାଜଧାନୀବାସୀଙ୍କୁ ୱାଟକୋ ଅନୁରୋଧ କରିଛି।

Related story