ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି, ୱେସ୍କୋ ଅଫିସ୍ ଚୁର୍ମାର୍
ରାଉରକେଲା: ରାଉରକେଲା ଟାଉନ୍ସିପ୍ରେ ଥିବା ଏକ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ଥିବା ୱେସ୍କୋ ଅଫିସ୍ ଚୁର୍ମାର୍ ହୋଇଯାଇଛି।
ଅଫିସ୍ରେ କେହି ଥିଲେ କି ନାହିଁ ଜଣାପଡ଼ିନି। ତେବେ ଘଟଣାସ୍ଥଳରେ କିଛି ସାଇକେଲ୍ ଓ ବାଇକ୍ ମଧ୍ୟ ଚୁର୍ମାର୍ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ପାଣି ଟାଙ୍କିଟି ପୁରୁଣା ହୋଇଯାଇଥିଲା। ଏହା ପାଖରେ ଏକ ନୂଆ ଟାଙ୍କି ତିଆରି ଚାଲିଥିଲା।
ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପାଣିଟାଙ୍କି ନିର୍ମାଣ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।