ସରକାର ନେଉଛନ୍ତି ଜଳକର, ଚାଷୀଙ୍କୁ ଦେଉନାହାନ୍ତି ପାଣି

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ‘ସରକାର ଡିଣ୍ଡିମ ପିଟୁଛନ୍ତି- ଆମେ ଚାଷରେ ଏକ ନମ୍ବର। ଚାଷରେ ନୂଆ ଜ୍ଞାନକୌଶଳ ପ୍ରୟୋଗରେ ଆମେ ଖୁବ୍ ଆଗରେ।’ କିନ୍ତୁ ସରକାରଙ୍କ ଏହି ଘୋଷଣା ମୂଲ୍ୟହୀନ। କାରଣ ସରକାର ଚାଷୀଙ୍କ ଠାରୁ ଜଳ କର ନେଇ ପାଣି ଦେଉ ନାହାନ୍ତି। ତେଣୁ ଚାଷ ହୋଇପାରୁନି। ବର୍ଷକରୁ ଅଧାଦିନ ଜମି ପଡ଼ିଆ ପଡ଼ୁଛି। ଚାଷୀ ଚାଷ ଛାଡ଼ି ଦାଦାନ ଶ୍ରମିକ ପାଲଟିଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ଦେଖିବାକୁ ମିଳିଛି ଏହି ଚିତ୍ର। […]

Mathanpala-1

Mathanpala-1

Niranjan Mishra
  • Published: Friday, 05 August 2022
  • Updated: 05 August 2022, 07:17 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ‘ସରକାର ଡିଣ୍ଡିମ ପିଟୁଛନ୍ତି- ଆମେ ଚାଷରେ ଏକ ନମ୍ବର। ଚାଷରେ ନୂଆ ଜ୍ଞାନକୌଶଳ ପ୍ରୟୋଗରେ ଆମେ ଖୁବ୍ ଆଗରେ।’ କିନ୍ତୁ ସରକାରଙ୍କ ଏହି ଘୋଷଣା ମୂଲ୍ୟହୀନ। କାରଣ ସରକାର ଚାଷୀଙ୍କ ଠାରୁ ଜଳ କର ନେଇ ପାଣି ଦେଉ ନାହାନ୍ତି। ତେଣୁ ଚାଷ ହୋଇପାରୁନି। ବର୍ଷକରୁ ଅଧାଦିନ ଜମି ପଡ଼ିଆ ପଡ଼ୁଛି। ଚାଷୀ ଚାଷ ଛାଡ଼ି ଦାଦାନ ଶ୍ରମିକ ପାଲଟିଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ଦେଖିବାକୁ ମିଳିଛି ଏହି ଚିତ୍ର।

ସରକାରୀ ରେକର୍ଡ ମୁତାବକ ବଲାଙ୍ଗିର ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା ରହିଛି। ଯାହା ଭିତରୁ ଟିଟିଲାଗଡ଼ ସବଡିଭିଜନରେ କରାଯାଇଛି ହାତ ଗଣତି କିଛି ଜଳସେଚନ ପ୍ରକଳ୍ପ। ତାହା ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇପଡ଼ିଛି। ଫଳରେ ଜଳସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଚାଷ ଜମିରୁ ପାଣି ପହଞ୍ଚି ପାରୁନି। ତେଣୁ ଚାଷ ୧୨ ମାସିଆ ଫସଲ ହୋଇପାରୁନି। ‘ମାଥନପଲା' ମଧ୍ୟମ ଜଳସେଚନ ପ୍ରକଳ୍ପ ଏହା ଭିତରୁ ଗୋଟିଏ।

ଏହି ପ୍ରକଳ୍ପ ୧୯୭୨ ମସିହାରେ ଆରମ୍ଭ ହୋଇ ୧୯୮୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ଖରିଫରେ ୩୦୦୦ ଏକର ଚାଷ ଜମି ଓ ରବି ଋତୁରେ ୧୦୦୦ ଏକର ଚାଷ ଜମିରେ ଜଳସେଚନ କରିବା ପ୍ରକଳ୍ପର ଲକ୍ଷ୍ୟ ରହିଥିଲା। ଆରମ୍ଭରୁ ପ୍ରକଳ୍ପ ଠିକ୍ କାମ କରୁଥିଲା। ଚାଷୀ ବର୍ଷରେ ୧୨ ମାସ ଚାଷ କରିପାରୁଥିଲେ। ହେଲେ କିଛି ବର୍ଷ ଉପରାନ୍ତେ ‘ମାଥନପଲା' ଡ୍ୟାମ ପୋତି ହେବାରେ ଲାଗିଲା। ଏଠାରୁ ଚାଷ ଜମିଗୁଡ଼ିକୁ ସଂଯୋଗ ହୋଇଥିବା କେନାଲଗୁଡ଼ିକ ମଧ୍ୟ ପୋତି ହେଲା।

ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ପ୍ରକଳ୍ପର ଅଚଳ ହୋଇପଡ଼ିଛି। କେନାଲ ଗୁଡ଼ିକ ଶୁଖି ଯାଇଛି। ଚାଷ ଜମିମାନଙ୍କୁ ଆବଶ୍ୟକ ମୁତାବକ ପାଣି ପହଞ୍ଚି ପାରୁନାହିଁ। ଜଳସେଚନ ପ୍ରକଳ୍ପ ତିଆରି ସମୟରେ ଟିଟିଲାଗଡ଼ ବ୍ଲକର ୨ଟି ପଞ୍ଚାୟତ ଯଥା ବିଜେପୁର ଓ ବାଞ୍ଜି ପଦରର ୧୪ଟି ଗାଁର ଚାଷୀମାନେ ଖରିଫ ଓ ରବି ଋତୁରେ ମନ ମୁତାବକ ଚାଷ କରୁଥିଲେ। କିଏ ଧାନ କରୁଥିଲା ତ କିଏ ପରିବା ଚାଷ କରୁଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ମେଣ୍ଟିବା ପରେ ଅଧିକ ଜିନିଷଗୁଡ଼ିକ ବିକ୍ରିବଟା କରି ଚାଷୀ ବେଶ ଲାଭବାନ ହୋଇପାରୁଥିଲେ।

ହେଲେ ଦଶନ୍ଧି ଧରି ଏହି ପ୍ରକଳ୍ପ ପୋତି ହୋଇପଡ଼ିଛି। ତେଣୁ ଚାଷୀ ପାଣି ପାଇପାରୁନି। ନିଜ ମନ ମୁତାବକ ଚାଷ କରିପାରୁନି। ବର୍ଷା ଉପରେ ନର୍ଭର କରିବା ଛଡ଼ା ଅନ୍ୟ ଉପାୟ ନ ଥିବା ଚାଷୀମାନେ କହିଛନ୍ତି।

ମଥନପଲା ପାଣି ପଞ୍ଚାୟତ ସଭାପତି ବିକାଶ ପାଣିଗ୍ରାହୀ ଓ ବିଜେପୁର ସରପଞ୍ଚ ହୃଷୀକେଶ ବାଗ କହିଛନ୍ତି, ଏହି ଜଳଭଣ୍ଡାର ପୋତି ହୋଇପଡ଼ିଲାଣି। ଏହି ଜଳଭଣ୍ଡାରରୁ ପ୍ରାୟ ୨୨୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ପ୍ରାୟ ୧୫ ଶହ ହେକ୍ଟର ଚାଷ ଜମିକୁ ପାଣି ପହଞ୍ଚି ପାରୁଛି। ତଳମୁଣ୍ଡରେ କୌଣସି ଚାଷ ଜମିକୁ ପାଣି ପହଞ୍ଚି ପାରୁନି।  ହେଲେ ସେମାନଙ୍କ ଠାରୁ ଜଳକର ଆଦାୟ କରାଯାଉଛି। ସେମାନଙ୍କ ଅଭିଯୋଗକୁ ସରକାର ଶୁଣୁନାହାନ୍ତି। ନା ସେମାନଙ୍କ ଚାଷ ଜମିରେ ପାଣି ପହଞ୍ଚୁଛି, ନା ଜଳସେଚିତ ନୁହେଁ ବୋଲି ରେକର୍ଡ କରାଯାଉଛି। ତେଣୁ ସେମାନେ ଏଲ୍‌ଆଇ ପଏଣ୍ଟ କରିବା ସୁବିଧା ମଧ୍ୟ ପାଉନାହାନ୍ତି। ଚାଷ କ୍ଷତି ବାବଦ କ୍ଷତିପୂରଣ କିମ୍ବା ବୀମା ସୁବିଧା ସେମାନଙ୍କୁ ମିଳିପାରୁନି। ତେଣୁ ମନ୍ତ୍ରୀଙ୍କୁ ଏବାବଦରେ ଅଭିଯୋଗ କରାଯାଇଛି। ସେ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ନିମନ୍ତେ ସୁବିଧା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଲୋକଙ୍କ ଅଭିଯୋଗ ପରେ ଟିଟିଲାଗଡ ବିଧାୟିକା ତଥା ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ ଅଞ୍ଚଳର ମଥନପଲା ସମେତ ବିଭିନ୍ନ ଜଳସେଚନ ପ୍ରକଳ୍ପର ଗ୍ରାଉଣ୍ଡ ଜିରୋ ସ୍ଥିତି ପରିଦର୍ଶନ କରିଛନ୍ତି। ତାଙ୍କ ସହ ଜଳସେଚନ ଓ ଜଳସମ୍ପଦ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ପରେ ଏ ନେଇ ଟିଟିଲାଗଡ଼ ଡାକବଙ୍ଗଳା ଠାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବର୍ଷକ ଭିତରେ ଟିଟିଲାଗଡ଼ର ସମସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ଉନ୍ନତିକରଣ କରିବା ନିମନ୍ତେ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ମଥନପଲା’ ପ୍ରକଳ୍ପକୁ ଏକ ପର୍ଯ୍ୟଟନ ସ୍ଥଳ ରୂପରେଖ ଦେବା ସହ ପ୍ରକଳ୍ପରୁ ସଂଯୋଗ ସମସ୍ତ ଚାଷ ଜମିକୁ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ସେ ଯନ୍ତ୍ରୀମାନଙ୍କୁ କହିଛନ୍ତି।

ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଏହି ପ୍ରକଳ୍ପ ଅନ୍ତର୍ଗତ ବହୁ ଚାଷୀ ପାଣି ପାଉନାହାନ୍ତି। ଏହାଛଡ଼ା ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ଠିକ୍ ଭାବେ କାମ କରୁନି। ତେଣୁ ଏହା ଉପରେ ଅଲୋଚନା କରାଯାଇଛି। ତୁରନ୍ତ ଚାଷ ଜମିକୁ ପାଣି ପହଞ୍ଚାଇବା ନିମନ୍ତେ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରାଉତ କହିଛନ୍ତି, ପାଖାପାଖି ୩୦୦ ଏକର ଚାଷ ଜମିକୁ ପାଣି ପହଞ୍ଚି ପାରୁ ନ ଥିବା ସେ ଜାଣିଛନ୍ତି। ତେଣୁ ଚଳିତ ବର୍ଷ ଅସ୍ଥାୟୀ ଭାବେ କେନାଲଗୁଡ଼ିକର ଉନ୍ନତିକରଣ କରାଯିବ। କିଛି ସ୍ଥାନରେ ଚେକ୍ ଡ୍ୟାମ କରାଯିବ। ୧୨ ବର୍ଷ ହେବ ଅଚଳ ପଡ଼ିଥିବା ଚେକ୍ ଡ୍ୟାମଗୁଡ଼ିକର ଉନ୍ନତିକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story