ରାଫେଲ ପୂଜାକୁ ନେଇ କଂଗ୍ରେସର ସମାଲୋଚନା, ଜବାବ ରଖିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତକୁ ହସ୍ତାନ୍ତର ହେବା ବେଳେ ଯୁଦ୍ଧ ବିମାନ ରାଫେଲକୁ ଫ୍ରାନ୍ସରେ ପୂଜାର୍ଚ୍ଚନା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରାଫେଲ ଚକ ତଳେ ଲେମ୍ବୁ ଏବଂ ନଡ଼ିଆ ଫଟାଇ ଶସ୍ତ୍ର ପୂଜା କରିଥିଲେ ରାଜନାଥ। ତେବେ ଏହାକୁ ନେଇ ବିବାଦ ଉଠିଥିବା ବେଳେ କଂଗ୍ରେସ ସମାଲୋଚନା କରିଥିଲା। ଏହାର ଜବାବ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ବୈଜୟନ୍ତ କହିଛନ୍ତି ଯେ, କିଛି ବ୍ୟକ୍ତି ବିରୋଧୀ ଦଳରେ ଅଛନ୍ତି,ଯେଉଁମାନେ ପ୍ରତି କଥାରେ […]

BAIJAYANTPANDA..........999999999999999-1-1

Tapas Behera
  • Published: Thursday, 10 October 2019
  • , Updated: 10 October 2019, 04:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତକୁ ହସ୍ତାନ୍ତର ହେବା ବେଳେ ଯୁଦ୍ଧ ବିମାନ ରାଫେଲକୁ ଫ୍ରାନ୍ସରେ ପୂଜାର୍ଚ୍ଚନା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରାଫେଲ ଚକ ତଳେ ଲେମ୍ବୁ ଏବଂ ନଡ଼ିଆ ଫଟାଇ ଶସ୍ତ୍ର ପୂଜା କରିଥିଲେ ରାଜନାଥ। ତେବେ ଏହାକୁ ନେଇ ବିବାଦ ଉଠିଥିବା ବେଳେ କଂଗ୍ରେସ ସମାଲୋଚନା କରିଥିଲା। ଏହାର ଜବାବ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ବୈଜୟନ୍ତ କହିଛନ୍ତି ଯେ, କିଛି ବ୍ୟକ୍ତି ବିରୋଧୀ ଦଳରେ ଅଛନ୍ତି,ଯେଉଁମାନେ ପ୍ରତି କଥାରେ ଦେଶର ଭଲ ପାଇଁ ଚିନ୍ତା ନକରି କେବଳ ବିରୋଧ କରିବା ପାଇଁ ବାହାନା ଖୋଜନ୍ତି।


ସେ କହିଛନ୍ତି ଯେ, ବିଜୟା ଦଶମୀ ହେଉଛି ଆମ ସଂସ୍କୃତିର ଏକ ପ୍ରତୀକ। ଏହା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ। ଆଉ ବିଜୟା ଦଶମୀ ଯେବେ ବାୟୁସେନା ଦିବସ ସହିତ ସଂଯୋଗବସତଃ ଗୋଟିଏ ଦିନ ପଡ଼େ, ରାଫେଲକୁ ଆଣିବା ପାଇଁ ଏହାହିଁ ସବୁଠୁ ଭଲ ଦିନ ବୋଲି ସେ କହିଛନ୍ତି।

ଭାରତରେ ଆମର ଯେଉଁ ସାଂସ୍କୃତିକ ପରମ୍ପରା ଅଛି,ତାହାକୁ ଆମେ ସ୍ୱୀକାର କରିବା ଉଚିତ। ଏଦେଶରେ ଆପଣ ଯେଉଁଠିକୁ ବି ଯିବେ, ଯେ କୌଣସି ବ୍ୟକ୍ତି ନୂଆ ଗାଡ଼ିଟିଏ କିଣିଲେ କିମ୍ବା ନୂଆ ଘର ପ୍ରବେଶ ହେଉ ଏଭଳି ସାଂସ୍କୃତିକ ପ୍ରତୀକକୁ ଆପଣା ଯାଏ। ଏହାକୁ କାହିଁକି ଅଶ୍ୱୀକାର କରିବା ଏହା ତ’ ଭଲ କଥା ବୋଲି ସେ କହିଛନ୍ତି।

Related story