ସିଏଏ ଓ ଏନ୍‌ଆରସିକୁ ସମର୍ଥନ

ପୁରୀ(ଓଡ଼ିଶା ରିପୋର୍ଟର):  ନାଗରିକ ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସିକୁ ସମଗ୍ର ଭାରତରେ ବିରୋଧ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟୁଛି। ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତଥାପି ଏହି ବିଲ୍‌କୁ ଓଡ଼ିଶାରେ ସମର୍ଥନ କରାଯାଇଛି। ପୁରୀ ପୌର ସଦନ ଛକଠାରେ ପିପୁଲ୍‌ସ ଫୋରମ୍‌ ପକ୍ଷରୁ ଏନ୍ଆରସି ଓ ସିଏଏକୁ ସମର୍ଥନ ଜଣାଯାଇଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଦୀର୍ଘ ବର୍ଷଧରି ପାକିସ୍ତାନ ଓ […]

we-support-nrc-and-caa

Manoranjan Sial
  • Published: Saturday, 21 December 2019
  • , Updated: 21 December 2019, 06:26 PM IST

ପୁରୀ(ଓଡ଼ିଶା ରିପୋର୍ଟର):  ନାଗରିକ ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସିକୁ ସମଗ୍ର ଭାରତରେ ବିରୋଧ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟୁଛି। ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତଥାପି ଏହି ବିଲ୍‌କୁ ଓଡ଼ିଶାରେ ସମର୍ଥନ କରାଯାଇଛି।

ପୁରୀ ପୌର ସଦନ ଛକଠାରେ ପିପୁଲ୍‌ସ ଫୋରମ୍‌ ପକ୍ଷରୁ ଏନ୍ଆରସି ଓ ସିଏଏକୁ ସମର୍ଥନ ଜଣାଯାଇଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଦୀର୍ଘ ବର୍ଷଧରି ପାକିସ୍ତାନ ଓ ବାଂଲାଦେଶରୁ ନର୍ଯାତିତ ହୋଇ ଆସିଥିବା ହିନ୍ଦୁମାନେ ଭାରତରେ ଅଛନ୍ତି। ସେମାନଙ୍କୁ ଭାରତର ନାଗରିତା ଦିଆଯିବା ଦରକାର। ଏହାକୁ ନେଇ ମୁସଲମାନମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଫୋରମ୍‌ ପକ୍ଷରୁ କୁହାଯାଇଛି।

Related story