ବର୍ଷିବ, ଘଡ଼ଘଡ଼ି ମାରିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରବଳ ବର୍ଷା ହେବ। ଝଡ଼ତୋଫାନ ହେବ। ବଜ୍ରପାତ ମଧ୍ୟ ହେବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ସମୟ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଝଡ଼ତୋଫାନ ହେବ। ପ୍ରବଳ ବେଗରେ ପବନ ବୋହିବ। ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା […]

rain-2-e1444738973104

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରବଳ ବର୍ଷା ହେବ। ଝଡ଼ତୋଫାନ ହେବ। ବଜ୍ରପାତ ମଧ୍ୟ ହେବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ସମୟ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଝଡ଼ତୋଫାନ ହେବ। ପ୍ରବଳ ବେଗରେ ପବନ ବୋହିବ। ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିବାଗ। ଏହି ସମୟରେ ବାହାରେ ଥିଲେ ଶୀଘ୍ର ଘରକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି।

Related story