ରାଜ୍ୟରେ ଆଜିଠୁ କମିପାରେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ କମିପାରେ ବର୍ଷା । ଲଘୁଚାପର ପ୍ରଭାବ କମିଥିବା ବେଳେ ଆଜିଠୁ ବର୍ଷା କମିବା ସମ୍ଭାବନା ରହିଛି । ତେବେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେଣୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି । ତେବେ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ବର୍ଷା ଆରମ୍ଭ ହେବ । ୧୧ରୁ […]

rain

Niharika Rout
  • Published: Wednesday, 07 October 2020
  • , Updated: 07 October 2020, 09:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ କମିପାରେ ବର୍ଷା । ଲଘୁଚାପର ପ୍ରଭାବ କମିଥିବା ବେଳେ ଆଜିଠୁ ବର୍ଷା କମିବା ସମ୍ଭାବନା ରହିଛି । ତେବେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେଣୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି ।

ତେବେ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ବର୍ଷା ଆରମ୍ଭ ହେବ । ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ଲଘୁଚାପ ଦୁର୍ବଳ ହୋଇଛି ।  ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଘୁର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆଉ ଲଗାଣ ବର୍ଷା ନଥିବା ପାଣିପାଗ ବିଭାଗ କହିଛି।

Related story