ଅଧ୍ୟାପକଙ୍କୁ ଉଠାଇନେଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଜୋର ଧରିଛି। ଏ ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ସେ ହେଉଛନ୍ତି ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। ଅଧ୍ୟାପକ ପୁଞ୍ଜିଲାଲଙ୍କୁ  ମେହେରପଡ଼ାସ୍ଥିତ ଘରୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍। ଏହି ଅଧ୍ୟାପକ ଜଣଙ୍କ ପୂର୍ବରୁ ଭଇଁସା କଲେଜରେ ଅଧ୍ୟକ୍ଷ ଥିଲେ। ଏବେ ମୃତ ସୌମ୍ୟଶେଖରଙ୍କ ମା’ ଏହି କଲେଜର ଅଧ୍ୟକ୍ଷ […]

parsalboma blast

Rakesh Mallick
  • Published: Sunday, 22 April 2018
  • , Updated: 22 April 2018, 01:08 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଜୋର ଧରିଛି। ଏ ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ସେ ହେଉଛନ୍ତି ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। ଅଧ୍ୟାପକ ପୁଞ୍ଜିଲାଲଙ୍କୁ  ମେହେରପଡ଼ାସ୍ଥିତ ଘରୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍।

ଏହି ଅଧ୍ୟାପକ ଜଣଙ୍କ ପୂର୍ବରୁ ଭଇଁସା କଲେଜରେ ଅଧ୍ୟକ୍ଷ ଥିଲେ। ଏବେ ମୃତ ସୌମ୍ୟଶେଖରଙ୍କ ମା’ ଏହି କଲେଜର ଅଧ୍ୟକ୍ଷ ଅଛନ୍ତି।

ମୃତ ସୌମ୍ୟଶେଖରଙ୍କ ମାଆ କହିଛନ୍ତି,“ମୁଁ କଲେଜର ଅଧ୍ୟକ୍ଷ ହେବା ପୂର୍ବରୁ ପୁଞ୍ଜିଲାଲ ଦାୟିତ୍ୱରେ ଥିଲେ। ମୋର ଅଧ୍ୟକ୍ଷ ଦାୟିତ୍ୱକୁ ସେ ଗ୍ରହଣ କରି ପାରୁ ନଥିଲେ। ମୋତେ ନାନା ଭାବେ ହଇରାଣ କରୁଥିଲେ। କିଛି ସହଯୋଗୀଙ୍କୁ ନେଇ କଲେଜ କାନ୍ଥରେ କୁତ୍ସା ରଟନା କରୁଥିଲେ। ଏବେ ପୋଲିସ ତାଙ୍କୁ ଉଠାଇ ନେବା ପରେ ମୋର ସନ୍ଦେହ ବଢୁଛି।”

ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ ଭୋଳାନାଥ ପଡ଼ାର ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଏହି ଅଘଟଣରେ  କୋରିଅର ଯୋଗେ ରାୟପୁରରୁ ଆସିଥିବା ଏକ ପାର୍ସଲକୁ ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଏବଂ ବୋହୂ ରୀମାରାଣୀ ଖୋଲୁଖୋଲୁ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ସୌମ୍ୟଶେଖରଙ୍କ ସହ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ରୀମାରାଣୀ ଗୁରୁତର ଆହତ ହୋଇଥିଲେ।

ମାର୍ଚ୍ଚ ୨୩ରେ, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଏହା ଭିତରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।

Related story