ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁରୁ ଘାଶିଦାସ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଭୀମ ଭୋଇ ଚେୟାର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): University Grants Commission (ୟୁଜିସି) ଦ୍ୱାରା ଅନୁବନ୍ଧିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁରୁ ଘାଶିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହେବ। ଏହା ସ୍ୱାଗତ ଯୋଗ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି ବୋଲି ସୋଶାଲ୍‌ ମିଡ଼ିଆ ଟ୍ୱିଟ୍‌ରେ ସେ ଲେଖିଛନ୍ତି। .@ugc_india ଦ୍ୱାରା @UnivofDelhi ଏବଂ […]

Delhi-University

Manoranjan Sial
  • Published: Wednesday, 06 April 2022
  • , Updated: 06 April 2022, 07:49 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): University Grants Commission (ୟୁଜିସି) ଦ୍ୱାରା ଅନୁବନ୍ଧିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁରୁ ଘାଶିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହେବ। ଏହା ସ୍ୱାଗତ ଯୋଗ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି ବୋଲି ସୋଶାଲ୍‌ ମିଡ଼ିଆ ଟ୍ୱିଟ୍‌ରେ ସେ ଲେଖିଛନ୍ତି।

https://twitter.com/dpradhanbjp/status/1511695997491380224?s=20&t=fPEGh0iJzSpSWnzgNF9-oQ

ଦୂର ଦୃଷ୍ଟି ସମ୍ପନ୍ନ ସନ୍ଥ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ। University of Delhi ଓ @ggv_smc ଠାରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ। ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍‌ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି।

Related story