୧୦ ଲକ୍ଷ ଟଙ୍କାର କୂଅ ଭୁଶୁଡ଼ି ପଡ଼ିଲା

କାମାକ୍ଷାନଗର (ବିଦ୍ୟାଧର ବରାଳ): ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ‘ବସୁଧା’ ଯୋଜନାରେ କୂଅ ନିର୍ମାଣ ହୋଇଥିଲା। ହେଲେ ପାଣି ପିଇବା ପୂର୍ବରୁ କୂଅ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ତେଣୁ ପାଣିରେ ପଡିଛି ସରକାରଙ୍କର ୧୦ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଇଖୋଲ ଗାଁରୁ ଆସିଛି। ନିମ୍ନ ମାନର କାମ ଯୋଗୁ କୂଅଟି ଭୁଶୁଡ଼ି ପଡିଥିବା ଅଭିଯୋଗ ହୋଇଛି। ଲକଡାଉନରେ ଚାଲିଥିବା […]

well

Tapaswini Nayak
  • Published: Saturday, 05 December 2020
  • , Updated: 05 December 2020, 05:13 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ‘ବସୁଧା’ ଯୋଜନାରେ କୂଅ ନିର୍ମାଣ ହୋଇଥିଲା। ହେଲେ ପାଣି ପିଇବା ପୂର୍ବରୁ କୂଅ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ତେଣୁ ପାଣିରେ ପଡିଛି ସରକାରଙ୍କର ୧୦ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଇଖୋଲ ଗାଁରୁ ଆସିଛି। ନିମ୍ନ ମାନର କାମ ଯୋଗୁ କୂଅଟି ଭୁଶୁଡ଼ି ପଡିଥିବା ଅଭିଯୋଗ ହୋଇଛି।

ଲକଡାଉନରେ ଚାଲିଥିବା ବେଳେ କୁଣ୍ଢେଇଖୋଲ ଗାଁରେ ‘ବସୁଧା’ ଯୋଜନାରେ କୂଅ ନିର୍ମାଣ ହୋଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କୂଅଟି ନିର୍ମାଣ ଶେଷ ହେବାପରେ ଗତ ୨ ତାରିଖରେ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଶୁକ୍ରବାର ରାତିରେ କୂଅଟି ଭୁଶୁପଡ଼ିଥିବା ଦେଖିବାକୁ ମିଳିଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ନିବିଡ଼ ପ୍ରେମ ସଂପର୍କ ଯୋଗୁ ଗାଁର ୩୦୦ଟି ପରିବାରକୁ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ତୁରନ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଏହା ହେଉଛି ୪ର୍ଥ ଘଟଣା । ପୂର୍ବରୁ କୁଆଳୋ ,କଙ୍କଡ଼ାସୋଡା, କଟାବାହାଳ ଗାଁରେ  ‘ବସୁଧା’ ଯୋଜନାରେ ନିର୍ମିତ କୂଅ ଗୁଡିକ ଭୁଶୁଡି ପଡିଥିଲା।

Related story