ଘନେଇଲା ଓଡ଼ିଶା-ବଙ୍ଗଳା ସୀମା ବିବାଦ: ‘ନୋ ମ୍ୟାନ ଜୋନ ଖୁଣ୍ଟ’ ଉପାଡ଼ିଦେଲେ ଦିଦି!

Ordigital Desk
  • Published: Thursday, 11 January 2018
  • , Updated: 11 January 2018, 10:56 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର ଜିଲ୍ଲା କୋଟିଆ ଗାଁକୁ ନେଇ ଆନ୍ଧ୍ରର ଦାଦାଗିରି ଯେତିକି ଗମ୍ଭୀର, ତାଠୁ ଅଧିକ ଜଟିଳ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ। ବାଲେଶ୍ୱର ଜିଲ୍ଲା ଉଦୟପୁର ନିକଟରେ ସୀମାକୁ ନେଇ ପୁଣି ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି। ନିକଟରେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷ ଓଡ଼ିଶା ସୀମାରେ ନିର୍ମାଣାଧୀନ ଏକ ଶୌଚାଳୟକୁ ଜୋର ଜବରଦସ୍ତ ଭାଙ୍ଗିଦେବା ସହ ନୋ ମ୍ୟାନ୍ ଜୋନ୍ ଖୁଣ୍ଟ ଉପାଡି ଦେବା ପରେ ବିବାଦ ଅଧିକ ଜଟିଳ ହୋଇଛି।</p> <p>ବିବାଦୀୟ ସ୍ଥାନର ଆରପଟେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଓ ଏପଟେ ବାଲେଶ୍ୱର। ଦୁଇ ଜିଲ୍ଲାକୁ ବିଭାଜନ କରୁଛି ଏହି ରାସ୍ତା। ଉଦୟପୁର ମେରାଇନ୍&zwnj; ଥାନା ନିକଟରେ ନିମାଣାଧୀନ ଶୌଚାଳୟ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷ ଭାଙ୍ଗି ଦେବା ପରେ ବେଳାଭୂମିରେ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ରହିଛି ବାଲେଶ୍ୱର ଜିଲ୍ଲାର ଉଦୟପୁର ମୌଜା। ଓଡ଼ିଶା ନିୟନ୍ତ୍ରଣରେ ଥିବା ଏହି ମୌଜାର ଗତବର୍ଷ ରାସ୍ତା ନିର୍ମାଣ ଚାଲିଥିବା ବେଳେ ମେଦିନିପୁର ଜିଲ୍ଲା ପ୍ରଶାସନ ଏହାକୁ ବିରୋଧ କରିଥିଲା। ଏହାପରେ ଉଭୟ ସୀମାନ୍ତ ଜିଲ୍ଲାର ଜିଲାପାଳ,ଏସ୍&zwnj;ପି, ରାଜସ୍ୱ ଓ ବନ ବିଭାଗ ମଧ୍ୟରେ ଆଲୋଚନା ହୋଇ ବିବାଦାୟ ସ୍ଥାନକୁ ନୋ ମ୍ୟାନ୍ ଜୋନ୍ ଘୋଷଣା କରାଯାଇଥିଲା। ହେଲେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷ ଏହାକୁ ଅମାନ୍ୟ କରି ଚିହ୍ନ ଖୁଣ୍ଟିକୁ ଭାଙ୍ଗି ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସେପଟେ କିନ୍ତୁ ସୀମା ସଂଲଗ୍ନ ସମୁଦ୍ର କୂଳରେ ପଶ୍ଚିମବଙ୍ଗ ସରକାର ଜୋରସୋରରେ ବିକାଶମୂଳକ କାମ ଚଳାଇଥିଲେ ମଧ୍ୟ ଓଡ଼ିଶା ସରକାର ନିଦରେ ଶୋଇଛନ୍ତି ଏସବୁ ଭିତରେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଦୁଇ ରାଜ୍ୟ ମଧ୍ୟରେ କୌଣସି ସୀମା ବିବାଦ ନାହିଁ।</p> <p>https://youtu.be/SQZPfyg7DWM</p>

Related story