ଅଧା ବାଟରୁ ଫେରିଗଲେ ପଶ୍ଚିମବଙ୍ଗର ଦୁଇ ବର

ଜଳେଶ୍ୱର (ଅଜିତ ଦାସ): କପାଳରେ ତିଳକ। ବେକରେ ବରଣା ମାଳ। ବର ବେଶରେ ସଜେଇ ହୋଇ ଯାଉଥିଲେ ବାହା ହେବା ପାଇଁ। ହେଲେ ଦଇବ ସାଥ୍‌ ଦେଲାନି। ସୀମାରେ ବରକୁ ଛାଡ଼ିଲାନି ଓଡ଼ିଶା ପୁଲିସ। ବାହା ହେବା ପାଇଁ କନିଆ ଘରକୁ ଯିବା ପରିବର୍ତ୍ତେ ଫେରିଗଲେ ନିଜ ଘରକୁ। ଆଜି ଏମିତି ଘଟଣା ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବାଲେଶ୍ୱର ଲକ୍ଷ୍ମଣନାଥ ଗେଟ୍‌ରେ ଘଟିଛି। ପୂରା ଘଟଣା ଏମିତି। ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ବର ବାହା ହେବା ପାଇଁ ବଲେଶ୍ୱର […]

balasore

Manoranjan Sial
  • Published: Friday, 23 April 2021
  • , Updated: 23 April 2021, 04:18 PM IST

ଜଳେଶ୍ୱର (ଅଜିତ ଦାସ): କପାଳରେ ତିଳକ। ବେକରେ ବରଣା ମାଳ। ବର ବେଶରେ ସଜେଇ ହୋଇ ଯାଉଥିଲେ ବାହା ହେବା ପାଇଁ। ହେଲେ ଦଇବ ସାଥ୍‌ ଦେଲାନି। ସୀମାରେ ବରକୁ ଛାଡ଼ିଲାନି ଓଡ଼ିଶା ପୁଲିସ। ବାହା ହେବା ପାଇଁ କନିଆ ଘରକୁ ଯିବା ପରିବର୍ତ୍ତେ ଫେରିଗଲେ ନିଜ ଘରକୁ। ଆଜି ଏମିତି ଘଟଣା ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବାଲେଶ୍ୱର ଲକ୍ଷ୍ମଣନାଥ ଗେଟ୍‌ରେ ଘଟିଛି।

ପୂରା ଘଟଣା ଏମିତି। ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ବର ବାହା ହେବା ପାଇଁ ବଲେଶ୍ୱର ଆସୁଥିଲେ। ସାଥୀରେ ଥିଲେ ମାତ୍ର ୭ ଜଣ ବରଯାତ୍ରୀ। ହେଲେ ସେମାନଙ୍କ ପାଖରେ ନାଥିଲା କୋଭିଟ୍‌ ନେଗେଟିଭ୍‌ ରିପୋର୍ଟ ବା ଟିକା ସିର୍ଟିଫିକେଟ୍‌। ତେଣୁ ଲକ୍ଷ୍ମଣନାଥ ଗେଟ୍‌ରେ ସେମାନଙ୍କୁ ଅଟକାଇଥିଲା ଓଡ଼ିଶା ପୁଲିସ୍‌। ବରଯାତ୍ରୀଙ୍କୁ ପୁଲିସ ରିପୋର୍ଟ ମାଗିବାରୁ ଆମେ କିଛି ଜାଣିନାହୁଁ ବୋଲି ବର ପକ୍ଷରୁ କୁହାଯାଇଥିଲା। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା। ତେବେ ବାଲେଶ୍ୱର ପୁଲିସ୍‌ ନଛାଡ଼ିବାକୁ ରୋକ୍‌ଠୋକ୍‌ ଶୁଣାଇଦେଇଥିଲା। ଶେଷରେ କିଛି ଉପାୟ ନପାଇ ବର ଗାଡ଼ି ଫେରିଗଲା। ଆଉ ଅଧା ରହିଗଲା ବାହାଘର।

ଠିକ୍‌ ସମାନ ଢ଼ଙ୍ଗରେ ଆଉ ଏକ ଘଟଣା ସେହି ଲକ୍ଷ୍ମଣନାଥ୍‌ ଟୋଲ୍‌ ଗେଟ୍‌ରେ ଘଟିଛି। ପଶ୍ଚିମବଙ୍ଗ ରାଜ୍ୟର ବେଲ୍‌ଦା ଅଞ୍ଚଳର ଆକାଶ ସେନାପତି ବାହ ହେବା ପାଇଁ ପାରାଦୀପ ଆସୁଥିଲେ। ଲକ୍ଷ୍ମଣନାଥ୍‌ ଟୋଲ୍‌ ଗେଟ୍‌ରେ ବରଯାତ୍ରୀ ଗାଡ଼ିକୁ ବାଲେଶ୍ୱର ପୁଲିସ ଅଟକା କାଗଜପତ୍ର ଯାଞ୍ଚ କରିଥିଲା। ତେବେ ସେମାନଙ୍କ ପାଖରେ ନା କୋଭିଟ୍‌ ନେଗେଟିଭ୍‌ ରିପୋର୍ଟ ଥିଲା ନା କୋଭିଡ୍‌ ଟିକା ସିର୍ଟିଫିକେଟ୍‌ ଥିଲା। ତେଣୁ ସେମାନଙ୍କୁ ଛାଡ଼ି ନଥିଲା ଓଡ଼ିଶା ପୁଲିସ। ଖବର ଲେଖାହେବା ପର୍ଯ୍ୟନ୍ତ ବରଯାତ୍ରୀ ଗାଡ଼ି ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ ପାଖରେ ଅଟକି ରହିଛି।

ସୂଚନାରୁ ପ୍ରକାଶ, ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଏହା ପରେ ଗୁରୁବାର ଓଡ଼ିଶା ସରକାର ସତର୍କ ସୂଚନା ଜାରିଥିଲେ। ପଶ୍ଚିମବଙ୍ଗରୁ ଆସୁଥିବା ଲୋକ ଓଡ଼ିଶାରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ବ୍ଲକରେ ବିଡିଓ ଓ ସହରାଂଚଳରେ ପୌର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆନୁଷ୍ଠାନିକ କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ।

Related story