ପୁଣି ଓଡ଼ିଶା ମାଟିରେ ପଶ୍ଚିମବଙ୍ଗ ଫଳକ

ମୋରଡ଼ା: ପୁଣି ଥରେ ଓଡ଼ିଶା ମାଟିରେ ପଶ୍ଚିମବଙ୍ଗର ଫଳକ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ  ଟୁକପଳାସି‌ଆ ଗାଁରେ ଲାଗିଛି ପଶ୍ଚିମବଙ୍ଗ ପୂର୍ତ୍ତ ବିଭାଗର ବୋର୍ଡ। ଟୁକପଳାସିଆ ଗାଁରୁ ୩୦୦ ମିଟର ଦୂରରେ ପଶ୍ଚିମବଙ୍ଗ ସୀମା। କିନ୍ତୁ ବିନା କୌଣସି ସୂଚନାରେ ପଡୋଶୀ ପଶ୍ଚିମବଙ୍ଗ ସରକାରଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବୋର୍ଡ  ଲଗାଯାଇଥିବା ଅଞ୍ଚଳକୁ ପଶ୍ଚିମବଙ୍ଗ ନିଜର ବୋଲି ଦର୍ଶାଇଛି। ଏହା ପୂର୍ବରୁ ବହୁବାର ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ସରକାର ଏପରି ବେଆଇନ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 08:53 AM IST

ମୋରଡ଼ା: ପୁଣି ଥରେ ଓଡ଼ିଶା ମାଟିରେ ପଶ୍ଚିମବଙ୍ଗର ଫଳକ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ  ଟୁକପଳାସି‌ଆ ଗାଁରେ ଲାଗିଛି ପଶ୍ଚିମବଙ୍ଗ ପୂର୍ତ୍ତ ବିଭାଗର ବୋର୍ଡ। ଟୁକପଳାସିଆ ଗାଁରୁ ୩୦୦ ମିଟର ଦୂରରେ ପଶ୍ଚିମବଙ୍ଗ ସୀମା। କିନ୍ତୁ ବିନା କୌଣସି ସୂଚନାରେ ପଡୋଶୀ ପଶ୍ଚିମବଙ୍ଗ ସରକାରଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବୋର୍ଡ  ଲଗାଯାଇଥିବା ଅଞ୍ଚଳକୁ ପଶ୍ଚିମବଙ୍ଗ ନିଜର ବୋଲି ଦର୍ଶାଇଛି।

ଏହା ପୂର୍ବରୁ ବହୁବାର ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ସରକାର ଏପରି ବେଆଇନ ବୋର୍ଡ ଲଗାଇଥିବା ଅଭିଯୋଗ  ହୋଇଛି। ଏହାକୁ ବିରୋଧ କରିବା ସହ ତ୍ରୀବ ଅସନ୍ତୋଷ ପ୍ରକାଶ କରିଛନ୍ତି  ଗ୍ରାମବାସୀ। ଘଟଣା ସମ୍ପର୍କରେ ରାଜସ୍ୱ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ  ଦିଆଯାଇଥିବା ମୋରଡ଼ା ତହସିଲଦାର କହିଛନ୍ତି।

Related story