ଡବ୍ଲ୍ୟୁଓଡିସି ମୁଖ୍ୟାଳୟ ସ୍ଥାନାନ୍ତର ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାର ବିଧାୟକ-ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଂଚଳିକ ବୈଷମ୍ୟ ଓ ବିକାଶ ପ୍ରକ୍ରିୟାର ମନ୍ଥରତା ଯୋଗୁ ପଶ୍ଚିମଓଡ଼ିଶାରେ ଜନ ଅସନ୍ତୋଷ ବ୍ୟାପକ ରୂପ ଧାରଣ କରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନିମନ୍ତେ ଦାବି ହେଉଥିବାବେଳେ ପଶ୍ଚିମଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନଙ୍କ ଯୋଗୁ ପଶ୍ଚିମଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ଭୁବନେଶ୍ୱରରୁ ସ୍ଥାନାନ୍ତର ହୋଇପାରୁନି । ଯଦିଓ ରାଜ୍ୟ ସରକାର ଏହି ମୁଖ୍ୟାଳୟ ସ୍ଥାନାନ୍ତର ପାଇଁଁ ପଶ୍ଚିମଓଡ଼ିଶା ବିକାଶ ପରିଷଦକୁ ବାରମ୍ବାର ଅନୁରୋଧ କରୁଛନ୍ତି ତଥାପି ପଶ୍ଚିମଓଡ଼ିଶାର ନିର୍ବାଚିତ ବିଧାୟକ ଓ ସାଂସଦଙ୍କ […]

Wdoc

Wdoc

Ordigital Desk
  • Published: Saturday, 10 September 2022
  • Updated: 10 September 2022, 07:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଂଚଳିକ ବୈଷମ୍ୟ ଓ ବିକାଶ ପ୍ରକ୍ରିୟାର ମନ୍ଥରତା ଯୋଗୁ ପଶ୍ଚିମଓଡ଼ିଶାରେ ଜନ ଅସନ୍ତୋଷ ବ୍ୟାପକ ରୂପ ଧାରଣ କରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନିମନ୍ତେ ଦାବି ହେଉଥିବାବେଳେ ପଶ୍ଚିମଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନଙ୍କ ଯୋଗୁ ପଶ୍ଚିମଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ଭୁବନେଶ୍ୱରରୁ ସ୍ଥାନାନ୍ତର ହୋଇପାରୁନି । ଯଦିଓ ରାଜ୍ୟ ସରକାର ଏହି ମୁଖ୍ୟାଳୟ ସ୍ଥାନାନ୍ତର ପାଇଁଁ ପଶ୍ଚିମଓଡ଼ିଶା ବିକାଶ ପରିଷଦକୁ ବାରମ୍ବାର ଅନୁରୋଧ କରୁଛନ୍ତି ତଥାପି ପଶ୍ଚିମଓଡ଼ିଶାର ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ଭିତରେ ସହମତି ଅଭବାରୁ ଏହା ପଶ୍ଚିମଓଡ଼ିଶାକୁ ସ୍ଥାନାନ୍ତର ହେବା ସମ୍ଭବପର ହୋଇପାରୁନି । ଓଲଟା ଯେଭଳି ଏହି ମୁଖ୍ୟାଳୟ ସ୍ଥାନାନ୍ତର ନହେବ ଓ ଅତିକମରେ ୩ବର୍ଷ ପାଇଁ ‘ସ୍ଥିତାବସ୍ଥା’ ବଜାୟ ରହିବ ସେଥିନିମନ୍ତେ ୨୦୨୧ ଡିସେମ୍ବର ମାସରେ ସରକାରଙ୍କୁ ପଶ୍ଚିମଓଡ଼ିଶାର ବିଧାୟକ-ସାଂସଦମାନେ ହାତକାଟି ଲେଖି ଦେଇଛନ୍ତିି। ଏହା ସତ୍ତ୍ୱେ ସରକାର ପୁଣିଥରେ ସେମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ୨୦୨୨ ମେ’ ମାସରେ ପୂର୍ବ ନିଷ୍ପତ୍ତି(ସ୍ଥିତାବସ୍ଥା ବଜାୟ)କୁ ଜାରି ରଖିବାକୁ ପଶ୍ଚିମଓଡ଼ିଶାର ବିଧାୟକ ଓ ସାଂସଦମାନେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ୫୮ତମ ବୈଠକ ୨୦୨୧ ଡିସେମ୍ବର ୨୭ତାରିଖରେ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ପରିଷଦର ଏହି ବୈଠକରେ ଡବ୍ଲ୍ୟୁଓଡିସି ମୁଖ୍ୟାଳୟକୁ ପଶ୍ଚିମଓଡ଼ିଶାର କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନେ (ପଶ୍ଚିମଓଡ଼ିଶାର ବିଧାୟକ ଓ ସାଂସଦ) ଭିନ୍ନ ଭିନ୍ନ ମତ ଦେବା ସହ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ ସହମତି ହୋଇପାରିନଥିଲା । ଓଲଟା ଡବ୍ଲ୍ୟୁଓଡିସି ମୁଖ୍ୟାଳୟ ସ୍ଥାନାନ୍ତର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ପଶ୍ଚିମଓଡ଼ିଶା ଲୋକଙ୍କ ଭାବନା ସହ ଜଡ଼ିତ ଥିବାରୁ ଅତିକମରେ ୩ବର୍ଷ ପାଇଁ ଏହି ପ୍ରସଙ୍ଗରେ ‘ସ୍ଥିତାବସ୍ଥା’ ଜାରି ରଖିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିବାକୁ ବୈଠକରେ ସଦସ୍ୟମାନେ ମତ ଦେଇଥିଲେ । ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସାଂସଦ ଅଚ୍ୟୁତ ସାମନ୍ତ ଓ ସୁରେଶ ପୂଜାରୀଙ୍କ ସମେତ ବିଜେଡି ବିଧାୟକ କିଶୋର ମହାନ୍ତି(ଏବେ ଜୀବିତ ନାହାନ୍ତି), ପ୍ରଦୀପ କୁମାର ଅମାତ୍ , ରୋହିତ ପୂଜାରୀ, ଶାରଦା ପ୍ରସାଦ ନାୟକ, ରାଜେନ୍ଦ୍ର ଢ଼ୋଲକିଆ, ଦେବେଶ ଆଚାର୍ଯ୍ୟ, ସରୋଜ କୁମାର ମେହେର, ପ୍ରଦୀପ କୁମାର ଦିଶାରୀ ଏବଂ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ । କେବଳ ବିଧାୟକ ପ୍ରଦୀପ୍ତ କୁମାର ନାଏକ(ତତକାଳୀନ ବିରୋଧୀ ଦଳ ନେତା) ଅନୁପସ୍ଥିତ ଥିଲେ ।

ସେହିପରି ପରିଷଦର ୫୯ତମ ବୈଠକ ୨୦୨୨ ମେ’ ୬ତାରିଖରେ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ ରାଜ୍ୟ ସରକାର ୨୦୨୨ ଫେବୃୟାରୀ ୧ରେ ଚିଠି ଲେଖି ଡବ୍ଲ୍ୟୁଓଡିସି ମୁଖ୍ୟାଳୟର ସ୍ଥାନ ଚୂଡ଼ାନ୍ତ କରିବା ନିମନ୍ତେ ପରିଷଦକୁ ଅନୁରୋଧ କରିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ତେବେ ବରଗଡ଼, ଖରିଆର ଓ ଲାଞ୍ଜିଗଡ଼ ବିଧାୟକ ନିଜ ନିଜ ଅଂଚଳରେ ଏହି ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ଦାବି କରିଥିଲେ । ରେଢ଼ାଖୋଲ ବିଧାୟକ ଏହି ମୁଖ୍ୟ କାର୍ଯ୍ୟାଳୟକୁ ସମ୍ବଲପୁରରେ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ତେବେ ସ୍ଥାନକୁ ନେଇ ସହମତି ହୋଇନଥିଲା । ଶେଷରେ ମୁଖ୍ୟାଳୟ ସ୍ଥାନାନ୍ତର ଓ ସ୍ଥାନ ଚିହ୍ନଟ ପ୍ରସଙ୍ଗରେ ପରିଷଦର ୫୮ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି(୩ବର୍ଷ ପାଇଁ ସ୍ଥିତାବସ୍ଥା)କୁ ବଜାୟ ରଖିବାକୁ ସହମତି ହୋଇଥିଲା । ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ, ବିଜେଡି ବିଧାୟକ ପ୍ରଦୀପ କୁମାର ଅମାତ୍‌, ରୋହିତ ପୂଜାରୀ, ଶାରଦା ନାୟକ, ସରୋଜ କୁମାର ମେହେର ଓ ପ୍ରଦୀପ କୁମାର ଦିଶାରୀ ଉପସ୍ଥିତ ଥିବାବେଳେ ବିଜେପିର ଦୁଇ ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓ ସୁବାସ ପାଣିଗ୍ରାହୀ, କଂଗ୍ରେସର ଏକମାତ୍ର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅନୁପସ୍ଥିତ ଥିଲେ । ମୁଖ୍ୟାଳୟ ସ୍ଥାନ ଚିହ୍ନଟ ପ୍ରସଙ୍ଗରେ ପରିଷଦର ଏହି ୫୯ତମ ବୈଠକର ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ୨୦୨୨ ମେ’ ୧୧ତାରିଖରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ପରିଷଦରେ ୭୦ ପ୍ରତିଶତ ସଦସ୍ୟ ଶାସକ ବିଜେଡିର ବିଧାୟକ ଓ ସାଂସଦ ହୋଇଥିବାବେଳେ ଡବ୍ଲ୍ୟୁଓଡିସି ମୁଖ୍ୟାଳୟ ସ୍ଥାନାନ୍ତର ଓ ପଶ୍ଚିମଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି କାର୍ଯ୍ୟାଳୟ ସ୍ଥାପନକୁ ନେଇ କାହିଁକି ସହମତି ହୋଇପାରୁନି । ଦୀର୍ଘଦିନ ଧରି ପଶ୍ଚିମଓଡ଼ିଶାବାସୀଙ୍କ ଦୁଇଟି ମୁଖ୍ୟ ଦାବି ଯଥା- ପଶ୍ଚିମଓଡ଼ିଶାକୁ ଡବ୍ଲ୍ୟୁଓଡିସି ମୁଖ୍ୟାଳୟକୁ ସ୍ଥାନାନ୍ତର ଓ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ରହିଥିଲେ ମଧ୍ୟ ବିଜେଡି ସରକାର ଏହାର ସମାଧାନର ବାଟ ଖୋଜିବା ପରିବର୍ତ୍ତେ ନିଜର ରାଜନୀତିକ ଓ କୂଟନୀତିକ ଗୋଟି ଚଳାଇ ପରିସ୍ଥିତିକୁ ଅଧିକ ଜଟିଳ ଓ ଅଡ଼ୁଆ କରିବାରେ ଲାଗିଛି । ଆଉ ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ରାଜନୀତିକ କାରଣରୁ ଏହି ପ୍ରସଙ୍ଗର ସମାଧାନ ପାଇଁ ଆନ୍ତରିକ ଆଗ୍ରହ ଦେଖାଉନାହାନ୍ତି । ତା’ ନହୋଇଥିଲେ ପଶ୍ଚିମଓଡ଼ିଶା ବିକାଶ ପରିଷଦରେ କେବଳ ପଶ୍ଚିମଓଡ଼ିଶାରୁ ନିର୍ବାଚିତ ଲୋକପ୍ରତିନିଧି ରହୁଥିଲେ ମଧ୍ୟ କାହିଁକି ସେହି ଅଂଚଳକୁ ମୁଖ୍ୟାଳୟ ସ୍ଥାନାନ୍ତର ହୋଇପାରୁନି, କିଏ ସେଥିରେ ବାଧକ ସାଜୁଛି ତାହା ପରିଷଦର ସଦସ୍ୟମାନଙ୍କ ଦ୍ୱାରା ସରକାରଙ୍କ ପାଖରେ କରାଯାଇଥିବା ଲିଖିତ ଦାବିରୁ ସ୍ପଷ୍ଟ ଜଣାପଡ଼ୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story