ଉପନିର୍ବାଚନରେ ବେଣୁ ମଉସା ପାଇଲେ କ’ଣ ?

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ଏଥର ବାଲେଶ୍ୱର ସଦର ଉପନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ଧର ବାରିକ୍‌। ଦିନ କେଇଟାରେ ସାରା ରାଜ୍ୟରେ ବେଣୁ ମଉସା ଭାବେ ପରିଚିତ ହୋଇଥିଲେ । ଜୀବନର ପ୍ରଥମ ଥର ପାଇଁ ରାଜନୀତିକ ଯୁଦ୍ଧରେ ନିଜ ଭାଗ୍ୟ ପରୀକ୍ଷା କରି ହାରି ଯାଇଛନ୍ତି ବେଣୁ ମଉସା । ପଙ୍କିଳ ରାଜନୀତିକ ଲଢ଼େଇରେ କେବେ ପେଶାଦାର ଯୋଦ୍ଧା ଭାବେ ପାଦ ଥାପି ନଥିବା ବେଣୁ ପରିଣତ ବୟସରେ ସାହସ ଦେଖାଇ ମଇଦାନକୁ […]

banu-dhar

banu-dhar

Tapas Behera
  • Published: Tuesday, 10 November 2020
  • Updated: 12 November 2020, 06:17 PM IST

Sports

Latest News

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ଏଥର ବାଲେଶ୍ୱର ସଦର ଉପନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ଧର ବାରିକ୍‌। ଦିନ କେଇଟାରେ ସାରା ରାଜ୍ୟରେ ବେଣୁ ମଉସା ଭାବେ ପରିଚିତ ହୋଇଥିଲେ । ଜୀବନର ପ୍ରଥମ ଥର ପାଇଁ ରାଜନୀତିକ ଯୁଦ୍ଧରେ ନିଜ ଭାଗ୍ୟ ପରୀକ୍ଷା କରି ହାରି ଯାଇଛନ୍ତି ବେଣୁ ମଉସା ।

ପଙ୍କିଳ ରାଜନୀତିକ ଲଢ଼େଇରେ କେବେ ପେଶାଦାର ଯୋଦ୍ଧା ଭାବେ ପାଦ ଥାପି ନଥିବା ବେଣୁ ପରିଣତ ବୟସରେ ସାହସ ଦେଖାଇ ମଇଦାନକୁ ଲମ୍ପ ମାରିଥିଲେ। ସଂଖ୍ୟା ଖେଳରେ ବେଣୁଧରି ହାରିଯାଇଛନ୍ତି ସତ କିନ୍ତୁ ଯାହା ପାଇଛନ୍ତି ତାହା ମଧ୍ୟ ବେଶ ପ୍ରାସଙ୍ଗିକ। ବାଲେଶ୍ୱର ସଦରରେ  ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା।

ଉପ ନର୍ବିଚନରେ ବିଜେପିରୁ ମଦଦନ ଦତ୍ତଙ୍କ ପୁଅ ମାନସ, କଂଗ୍ରେସରୁ ମମତା କୁଣ୍ଡୁ  ଓ ବିଜେଡିରୁ ସ୍ୱରୂପ ଦାସଙ୍କ ନା ଆସିବା ପରେ ଆଉ ଯେଉଁ ଚର୍ଚ୍ଚିତ ଚେହେରାଟି ଆସିଥିଲେ ସେ ହେଉଛନ୍ତି ବେଣୁ ଧର। ବୃତ୍ତିଗତ ପେଶାକୁ ଆଦରି ଚୁଟି କାଟି ପେଟ ପୋଶୁଥିବା ବେଣୁଧର ୮୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପି ସଭିଙ୍କୁ ଚକିତ କରିଦେଇଥିଲେ। କେହି ଚିହ୍ନି ନଥିବା ବେଣୁଧର ସୋଶାଲ ମିଡିଆରେ ଛାଇ ହୋଇଗଲେ।

ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଣୁ ଧରଙ୍କ ସମ୍ବଳ କହିଲେ ଶୂନ। କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନଥିବା ବେଣୁଧର ପ୍ରଥମେ ସାଇକେଲରେ ପ୍ରଚାର କରିଥିଲେ। ଧୀରେ ଧୀରେ ଲୋକପ୍ରିୟତା ବଢ଼ିବା ପରେ ବେଣୁଧରଙ୍କ ପ୍ରତି ବଢ଼ିଥିଲା ସହଯୋଗ ଆଉ ସାହାଯ୍ୟର ସୁଅ। ପ୍ରଚାର ପାଇଁ ଆଗେଇ ଆସିଲେ ସେଲିବ୍ରେଟି ଓ ଯାତ୍ରାକଳାକାର। ବେଣୁଙ୍କ ପ୍ରଚାର ମଙ୍ଗ ଧରିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା, ରାଣୀ ପ୍ରିୟଦର୍ଶନୀ, ଦାମୋଦର ପଣ୍ଡା।ଆଉ ରାତାରାତି ଷ୍ଟାର ପାଲଟିଯାଇଥିବା ବେଣୁଧରଙ୍କ ପାଖରେ ଲାଗିଥିଲା ଦାମୀ କାର। ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା ପରେ ଖୋଲା ଜିପରେ ପ୍ରଚାର କଲେ । ଏହା ପରେ ମଉସା ରଥ ଆଉ ତାପରେ ହୋଣ୍ଡା ସିଟିରେ ବୁଲି ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଲା।

ଏହାରି ଭିତରେ ଚର୍ଚ୍ଚା ହୋଇଥିଲା ଯେ, ବେଣୁଧର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୋଟି ସାଜିଥିଲେ। ଏବେ ଖବର ଆସିଛି ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩୩୫୧ଟି ଭୋଟରେ ପରାଜିତ କରିଛନ୍ତି। ବିଜେଡିର ସ୍ୱରୂପଙ୍କୁ ମୋଟ୍ ୮୪୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ମାନସଙ୍କୁ ୭୦୭୪୬ଖଣ୍ଡ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ନିଜର ଅମାନତ ହରାଇଛନ୍ତି । ତାଙ୍କୁ ମାତ୍ର ୪୯୮୩ଟି ଭୋଟ୍ ମିଳିଛି।

ସେହିପରି ବହୁଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ନିଜର ଅମାନତ ହରାଇଛନ୍ତି । ସେ ମାତ୍ର ୧୨୫୫ଟି ଭୋଟ୍ ପାଇଛନ୍ତି । ତେବେ ପରାଜିତ ହୋଇଥିବା ବେଣୁ ମଉସାଙ୍କ ଦମ୍ଭ କେବେ ଭାଙ୍ଗିଯାଇ ନାହିଁ । ଏହି ନିର୍ବାଚନରେ ବେଣୁଧର ହାରିଯିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ପରିଣତ ବୟସରେ ଲଢ଼େଇ ପାଇଁ ସାହାସ ଜୁଟାଇବା ଖୁବ ମହତ୍ୱପୂର୍ଣ୍ଣ।

ସବୁଠାରୁ ବଡ଼ କଥା ହେଉଛି ଅର୍ଥ ବଳ, ବାହୁବଳ ଓ ମଦ ମାଉଁସ ଭିଡ଼ ଭିତରେ ପ୍ରଦୂଷିତ ହୋଇପଡ଼ିଥିବା ରାଜନୀତିରେ ବେଣୁଧରଙ୍କ ଭଳି ଚେହେରା ଆସିବା ଗଣତନ୍ତ୍ର ପାଇଁ ଶୁଭଙ୍କର।  ଆଉ ଯେଉଁ ଯୁବପିଢ଼ିମାନେ ଆଜି କେଇଟା ଟଙ୍କା ପାଇଁ କୁଜିନେତାଙ୍କ ପଛରେ ଗୋଡ଼ାଉଛନ୍ତି ବା  ଯେଉଁମାନେ ଲଢ଼ିବାର ସାମର୍ଥ୍ୟ ଥାଇ ଛତ୍ରଭଙ୍ଗ ଦେଉଛନ୍ତି ସେମାନଙ୍କ ପାଇଁ ବେଣୁ ମଉସା ଏକ ଭିନ୍ନ ଉଦାହରଣ ହେବ ତାହା ନିଃସନ୍ଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story