ଲକ୍‌ଡାଉନ୍‌ ବେଳେ ଗାଡ଼ି ସିଜ୍‌କୁ ନେଇ କଣ କହିଲେ ହାଇକୋର୍ଟ? ପଢ଼ନ୍ତୁ ପୂରା ରିପୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ। ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ସେମାନଙ୍କୁ ତିନିଥର ଯାଏ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯାଇପାରିବ। ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‌ଡାଉନ୍‌ ନିର୍ଦ୍ଦେଶ ଲାଗୁ […]

highcourt-1.1

Manoranjan Sial
  • Published: Friday, 10 April 2020
  • , Updated: 10 April 2020, 03:35 PM IST

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ। ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ସେମାନଙ୍କୁ ତିନିଥର ଯାଏ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯାଇପାରିବ

ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‌ଡାଉନ୍‌ ନିର୍ଦ୍ଦେଶ ଲାଗୁ ହେବ। ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ। ତେବେ କୋବିଡ୍‌-୧୯ ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଡ଼ି ନେଇକି ଯାଉଥିଲେ, ସେମାନଙ୍କ ପରିଚୟପତ୍ର ଦେଖି ଛାଡ଼ିଦେବାକୁ କୁହାଯାଇଛି।

ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଓ ଅତିରିକ୍ତ ଆଡଭୋକେଟ ଜେନେରାଲ୍‌ ଡି.କେ. ମହାନ୍ତି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି। ଏନେଇ ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଓ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି। ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରିଥିଲେ।

Related story