ସତ୍ୟନଗର ଶ୍ମଶାନ କହିବ ସତ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦୈନିକ ରାଜ୍ୟରେ କେତେ ଲୋକଙ୍କ ଜୀବନ ନେଉଛି ମହାମାରୀ କରୋନା? ସରକାରୀ ତଥ୍ୟ ଅନୁସାରେ ଆଜି ଯାଇଛି ସର୍ବାଧିକ ୧୬ ଜୀବନ । ଏହା ପୂର୍ବରୁ ଦୈନିକ ୧୦ରୁ ୧୫ ଜଣଙ୍କ ମୃତ୍ୟୁ ହେଉଥିବା ସରକାର ହିସାବ ଦେଉଛନ୍ତି । ତେବେ ଏହି ସଂଖ୍ୟାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । କାରଣ କେବଳ ଭୁବନେଶ୍ୱର ସତ୍ୟନଗର ମଶାଣିରେ ଦୈନିକ ୩୦ରୁ ୪୦ କୋଭିଡ୍ ରୋଗୀଙ୍କ ଶବ ପୋଡା ଯାଉଥିବା କହିଛନ୍ତି ବିଏମ୍ସି ସୁପରଭାଇଜର । କଟକ ସତୀ ଚଉରା, କାଳିଆବୁଦା, ପୁରୀ ସ୍ୱର୍ଗଦ୍ୱାର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଶବ ସତ୍କାର ହେଉଛି ତେଣୁ ସରକାରୀ ହିସାବ ଓ ପ୍ରକୃତ ତଥ୍ୟ ମଧ୍ୟରେ କେତେ ଫରକ ଏବେ ତାକୁ ନେଇ ଚର୍ଚ୍ଚା।

ବିଏମସି ସୁପରଭାଇଜରଙ୍କ କହିବା ଅନୁସାରେ ସତ୍ୟନଗର ସ୍ମଶାନରେ ଦୈନିକ ୩୦ରୁ ୪୦ କରୋନାରେ ମୃତ ଲୋକଙ୍କ ଶବ ସତ୍କାର କରାଯାଉଛି । ତାଙ୍କ କଥା ଯଦି ସତ,ତେବେ ରାଜ୍ୟରେ ଦୈନିକ କେତେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଗୋଟିଏ ଦିନରେ ଏଯାବତ୍ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏଁ କୋଭିଡରେ ୭୫୨ ଜଣ ଓ କୋଭିଡ୍ ସଂକ୍ରମିତ ହୋଇ ଅନ୍ୟ କାରଣରୁ ୫୩ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ କେବଳ ସତ୍ୟନଗରରେ ଏଯାଏଁ ୧୧ଶହରୁ ଅଧିକ କରୋନା ରୋଗୀଙ୍କ ମୃଦତେହ ଦାହ ସରିଥିବା ବିଏମ୍ସି ସୁପରଭାଇଜର କହିଛନ୍ତି । ତେବେ ସମସ୍ତେ କେବଳ କରୋନା ଆକ୍ରାନ୍ତ ନା ଏଥିରେ  ସାଧାରଣ ରୋଗୀ ବି ଅଛନ୍ତି ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଭୁବନେଶ୍ୱର ବାଦ୍ କଟକ, ପୁରୀ ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ବି କରୋନା ରୋଗୀଙ୍କ ମୃତ୍ୟୁ ହେଉଛି ।

ଅନ୍ୟପକ୍ଷରେ ତାଙ୍କ ପାଖରେ ଏ ସଂପର୍କରେ ପ୍ରକୃତ ତଥ୍ୟ ନଥିବା କହିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଅନ୍ୟ ଜିଲ୍ଲାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କୁ ବି ଏଠାରେ ଦାହ ସଂସ୍କାର କରାଯାଉଥିବାରୁ ସଂଖ୍ୟା ବଢ଼ିଥାଇ ପାରେ ବୋଲି ସେ କହିଛନ୍ତି।କରୋନା ମୃତ୍ୟୁକୁ ନେଇ ଚାଲିଥିବା ସତ-ମିଛ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। କଂଗ୍ରେସ ନେତା ମାନସ ଚୌଧୁରୀ ଟ୍ୱିଟ୍ କରି ମଶାଣିର ଅକୁହା କାହାଣୀକୁ ସାମ୍ନାକୁ ଆଣିଛନ୍ତି । ସତ ପଦାକୁ ନ ଆସିଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି । ଏପଟେ କରୋନ ପରିଚାଳନା ବିଫଳତା ଲୁଚାଇବା ପାଇଁ ସରକାର ଭୁଲ୍ ତଥ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଆହୁରି ପଢ଼ନ୍ତୁ

ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ନୂଆ ୧,୯୦୪  କରୋନା ଆକ୍ରାନ୍ତ ଚିହ୍ନଟ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !

ସାଂସଦଙ୍କ ଫେକ୍ ଭିଡିଓ: ଦେଢ଼ବର୍ଷ ଯାଏ ଶୋଇଥିଲା କାହିଁକି ପୁଲିସ୍?

ସ୍କୁଲ ଫି ଛାଡ଼ ମାମଲା: ୭ ଦିନରେ ଜବାବ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ

ରାଜ୍ୟରେ ୨ ହଜାର ତଳକୁ ଖସିଲା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା

ବାପାଙ୍କୁ ଖୋଜିବା ପାଇଁ ମୁଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଲି , ଶେଷରେ ୧୫ ଦିନ ପରେ ଫୋନ୍‌ ଆସିଲା…

ଆସୁଛି ବଡ଼ ବର୍ଷା

ଆଜି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୮୫୧ ଲୋକାଲ୍‌ କେସ

କେବେ ନିରବତା ଭାଙ୍ଗିବ ସିଏମ୍ଓ ?