ବାଘୁଣୀ ସୁନ୍ଦରୀର କଣ ହେବ ନୂଆ ଠିକଣା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନିଶ୍ଚିତତାରେ କଟୁଛି ବାଘୁଣୀ ସୁନ୍ଦରୀର ଭବିଷ୍ୟତ। ସେ ନା ମଧ୍ୟପ୍ରଦେଶ ବନବିଭାଗକୁ ଫେରିପାରୁଛି ନା ଓଡ଼ିଶା ବନ ବିଭାଗ ପାଖରେ ରହିପାରୁଛି। ସାତକୋଶିଆ ଅଭୟାରଣ୍ୟରେ ମଣିଷ ମାରି ଖାଇବା ଅଭିଯୋଗରେ ଗତ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ। ତେବେ ଶୀଘ୍ର ଏନ୍‌ଟିସିଏ ଯଦି ସୁନ୍ଦରୀକୁ ନେଇ କୌଣସି ଠୋସ ନିଷ୍ପତ୍ତି ନନିଏ, ତାହାଲେ ବାଘୁଣୀକୁ ଶିମିଳିପାଳରେ ଛଡ଼ାଯିବ ନା ନନ୍ଦନକାନନରେ ରଖାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି […]

sundari

sundari

Manoranjan Sial
  • Published: Friday, 06 November 2020
  • Updated: 06 November 2020, 08:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନିଶ୍ଚିତତାରେ କଟୁଛି ବାଘୁଣୀ ସୁନ୍ଦରୀର ଭବିଷ୍ୟତ। ସେ ନା ମଧ୍ୟପ୍ରଦେଶ ବନବିଭାଗକୁ ଫେରିପାରୁଛି ନା ଓଡ଼ିଶା ବନ ବିଭାଗ ପାଖରେ ରହିପାରୁଛି। ସାତକୋଶିଆ ଅଭୟାରଣ୍ୟରେ ମଣିଷ ମାରି ଖାଇବା ଅଭିଯୋଗରେ ଗତ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ। ତେବେ ଶୀଘ୍ର ଏନ୍‌ଟିସିଏ ଯଦି ସୁନ୍ଦରୀକୁ ନେଇ କୌଣସି ଠୋସ ନିଷ୍ପତ୍ତି ନନିଏ, ତାହାଲେ ବାଘୁଣୀକୁ ଶିମିଳିପାଳରେ ଛଡ଼ାଯିବ ନା ନନ୍ଦନକାନନରେ ରଖାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍।

ସାତକୁଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ସୁନ୍ଦରୀ। ହେଲେ ସୁନ୍ଦରୀ ଅଭୟାରଣ୍ୟ ଭିତରକୁ ଗଲାନାହିଁ। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିଲା। ଆଉ ସମୟ ସୁବିଧା ଦେଖି ଶିକାର କରୁଥିଲା। ଏହାକୁ ନେଇ ହୋହଲ୍ଲା ଓ ପୋଡ଼ା ଜଳା ହେବା ପରେ ବନ ବିଭାଗର ଚିନ୍ତା ଉଡି ଯାଇଥିଲା। ଶେଷରେ ବାଘୁଣୀକୁ ସ୍ଥାନାନ୍ତରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା।

୨୦୧୮ ନଭେମ୍ବର ତାରିଖରୁ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିଛି। ସୁନ୍ଦରୀକୁ ନେଇଯିବା ପାଇଁ ବାରମ୍ବାର ଚିଠି କରିଥିବା ସତ୍ତ୍ୱେ ମଧ୍ୟପ୍ରଦେଶ ବନବିଭାଗ ନେଉନି। ଫଳରେ ସୁନ୍ଦରୀକୁ ନେଇ ଓଡ଼ିଶା ବନ ବିଭାଗ ଚିନ୍ତାରେ ପଡ଼ି ଯାଇଛି। ଏପରି ସ୍ଥିତିରେ ବନ ବିଭାଗ କି ପଦକ୍ଷେପ ନେବ? ତାହା ମଧ୍ୟ ସ୍ଥିର କରିପାରୁନି। ଏଭଳି ସ୍ଥିତିରେ ନ୍ୟାସନାଲ୍‌ ଟାଇଗର କଞ୍ଜର୍ଭେସନ ଅଥରିଟି (ଏନ୍‌ଟିସିଏ)କୁ ଖୁବ୍‌ ଶୀଘ୍ର ପତ୍ର ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ। ଯଦି ମଧ୍ୟପ୍ରଦେଶ ବନ ବିଭାଗ ନ ନିଅନ୍ତି, ତାହାହେଲେ ସୁନ୍ଦରୀକୁ ଶିମିଳିପାଳରେ ଛଡ଼ାଯିବ ନା ନନ୍ଦନକାନନରେ ରଖାଯିବ, ସେ ସମ୍ପର୍କରେ ଏନ୍‌ଟିସିଏ ଓ ୱାଇଲ୍‌ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସିଏଫ୍‌।

ସାତକୋଶିଆର ଜୈବ ବିବିଧତା ବଢ଼ାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନାରୁ ୧ ଯୋଡ଼ା ବାଘ ଏଠାକୁ ଅଣାଯାଇଥିଲା। ତେବେ ଶିକାରୀଙ୍କ ଫାଶରେ ପଡ଼ି ବାଘ କାହ୍ନାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ୨୦୧୮ ମସିହା  ଜୁନ ୨୮ରେ ବାନ୍ଧବଗଡ଼ରୁ ଆସି ସାତକୋଶିଆ ପହଞ୍ଚିବା ପରେ ସେବର୍ଷ ଜୁଲାଇ ୬ରେ ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଛଡ଼ା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story