ଖୋଲିବ ଏହି ସବୁ ଦୋକାନ, ମଦ ସହ ଏହି ସବୁ ଦୋକାନକୁ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କଷ୍ଟ ଭିତରେ ଗ୍ରାହକ ଆଉ ବ୍ୟବସାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଓଡ଼ିଶା ସମେତ ଦେଶବ୍ୟାପି କୋହଳ ହେଲା ଦୋକାନ ଖୋଲିବା କଟକଣା । ଆଜିଠାରୁ ସବୁ ଦୋକାନ୍ ଖୋଲିବା ପାଇଁ ଗୃହ ମନ୍ତ୍ରାଳୟର ଗ୍ରୀନ୍ ସିଗନାଲ ପରେ ରାଜ୍ୟ ସରକାର ଦେଇଛନ୍ତି ସର୍ତ୍ତମୂଳକ ଅନୁମତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କେଉଁ ଅଞ୍ଚଳର ଦୋକାନ ଖୋଲାଯିବ, ସେନେଇ ଦର୍ଶାଯାଇଛି। ତାସହ କେଉଁ ଦୋକାନ ସବୁ ଖୋଲାଯିବ ତାହା […]

n-9098

n-9098

Tapas Behera
  • Published: Saturday, 25 April 2020
  • Updated: 25 April 2020, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କଷ୍ଟ ଭିତରେ ଗ୍ରାହକ ଆଉ ବ୍ୟବସାୟୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଓଡ଼ିଶା ସମେତ ଦେଶବ୍ୟାପି କୋହଳ ହେଲା ଦୋକାନ ଖୋଲିବା କଟକଣା । ଆଜିଠାରୁ ସବୁ ଦୋକାନ୍ ଖୋଲିବା ପାଇଁ ଗୃହ ମନ୍ତ୍ରାଳୟର ଗ୍ରୀନ୍ ସିଗନାଲ ପରେ ରାଜ୍ୟ ସରକାର ଦେଇଛନ୍ତି ସର୍ତ୍ତମୂଳକ ଅନୁମତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କେଉଁ ଅଞ୍ଚଳର ଦୋକାନ ଖୋଲାଯିବ, ସେନେଇ ଦର୍ଶାଯାଇଛି। ତାସହ କେଉଁ ଦୋକାନ ସବୁ ଖୋଲାଯିବ ତାହା ମହାନଗର କମିଶନର ଏବଂ ଜିଲ୍ଲାପାଳ ମାନେ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରାଯାଇଛି। ତେବେ ସେଲୁନ୍ ଏବଂ ମଦ ଦୋକାନ କିନ୍ତୁ ପୂର୍ବପରି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ମାର୍ଚ୍ଚ ୨୪ ମଧ୍ୟରାତିରୁ ଏପ୍ରିଲ୍ ୨୫। ଲକ୍‌ଡାଉନ୍‌କୁ ମାସେ ହେଲାଣି, ବେପାର ବଣିଜ ଠପ୍। ଯାହା ଅତ୍ୟାବଶ୍ୟକ ସାମଗ୍ରୀର ହେଉଥିଲା ବିକ୍ରିବଟା । ହେଲେ ଅନ୍ୟ ସାମଗ୍ରୀ ବିକ୍ରିର ନାଁ ଗନ୍ଧ ନାହିଁ। ଏବେ କିନ୍ତୁ ଆଶା ଆଣିଦେଇଛି ସରକାରଙ୍କ ବିଜ୍ଞପ୍ତି । ସାମଗ୍ରୀ ବିକ୍ରି ହେଉଥିବା ସବୁ ଦୋକାନ୍ ଖୋଲିବାକୁ ଦିଆଯାଇଛି ଗ୍ରୀନ୍ ସିଗ୍‌ନାଲ୍।  ତାସହ ସ୍ପଷ୍ଟ କରାଯାଇଛି, ଚୁଟିକଟା ସେଲୁନ ଖୋଲିବ ନାହିଁ କି ଅନୁମତି ଦିଆଯାଇନାହିଁ । ସେହିପରି ମଦ ଦୋକାନ କିମ୍ବା କୌଣସି ପ୍ରକାର ରେଷ୍ଟୁରାଣ୍ଟ ବା ଖାଦ୍ୟ ପରିବେଷଣ ଦୋକାନ ଖୋଲିବ ନାହିଁ ବୋଲି କହିଛି ଗୃହ ମନ୍ତ୍ରଣାଳୟ।  ଏହାବ୍ୟତୀତ ଇ-କମର୍ସ ମାଧ୍ୟମରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଛଡ଼ା ଅନ୍ୟ କୌଣସି କାରବାରକୁ ଅନୁମତି ଦିଆଯାଇନାହିଁ। କଣ୍ଟେନମେଣ୍ଟ ଏବଂ ହଟସ୍ପଟ୍ ଜୋନରେ ପୂର୍ବପରି ଦୋକାନ୍ ଗୁଡ଼ିକ ବନ୍ଦ ରହିବ ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ।

ତେବେ କେଉଁ ଦୋକାନ ଖୋଲାଯିବ ଏବଂ କେଉଁ ସମୟରେ ଖୋଲାଯିବ ସେନେଇ ରାଜ୍ୟ ସରକାର କୌଣସି ସ୍ପଷ୍ଟ କରିନାହାଁନ୍ତି। ତାହା କେବଳ ଜିଲ୍ଲାପାଳ, କମିଶନର ମାନେ ନିଜ ଅଞ୍ଚଳର ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ବିଭାଗ କହିଛି। କିନ୍ତୁ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପଂଜୀକୃତ ଦୋକାନକୁ ହିଁ ଖୋଲିବାକୁ ଅନୁମତି ମିଳିବ। ଗ୍ରାମାଞ୍ଚଳରେ ଆସୁଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଏବଂ ମାର୍କେଟ କଂପ୍ଲେକ୍ସର ଦୋକାନ ଖୋଲିପାରିବ।  କିନ୍ତୁ ମଲ୍ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ୍ ଖୋଲିପାରିବନି।  ସେହିପରି ସହରାଞ୍ଚଳର ସବୁ ଗୋଟିକିଆ ଦୋକାନ ତଥା ଆବାସିକ କଲୋନୀରେ ଥିବା ଦୋକାନ ଖୋଲାଯାଇପାରିବ। ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲିବାକୁ ବାରଣ କରାଯାଇଛି।

ଦୋକାନ ଖୋଲିଲେ ବି ୫୦ % କର୍ମଚାରୀ କାମ କରିବେ । ବ୍ୟବସାୟୀ ଏବଂ ଦୋକାନର କର୍ମଚାରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସରକାର।  ତେବେ କରୋନା ସ୍ଥିତିକୁ ଦେଖି ଏବଂ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ କିଛି ଜିଲ୍ଲାରେ ଗ୍ୟାରେଜ୍, ବୈଦ୍ୟୁତିକ ସରଞ୍ଜାମ ମରାମତି ଦୋକାନ ସହ ବହି ଦୋକାନ ଖୋଲାରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos