ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ଥିବା ବେଳେ କ’ଣ କହିଥିଲେ ସୁଷମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିଜେପିର ଏହି ବରିଷ୍ଠ ନେତ୍ରୀ ୨୦୦୭ ମସିହା ସେପ୍ଟେମ୍ବରରେ ଓଡ଼ିଶା ଆସିଥିବା ବେଳେ ଓଟିଭିକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଥିଲେ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଅତିଥି ହୋଇ ସେ  ହଟ୍‌ସିଟ୍‌ରେ ବସିଥିଲେ। ସେ ସମୟର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଥିଲେ ସୁଷମା। ସେତେବେଳେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା। ସୁଷମା କହିଥିଲେ ଯେ, ମେଣ୍ଟ […]

j-123

j-123

Tapas Behera
  • Published: Wednesday, 07 August 2019
  • Updated: 07 August 2019, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିଜେପିର ଏହି ବରିଷ୍ଠ ନେତ୍ରୀ ୨୦୦୭ ମସିହା ସେପ୍ଟେମ୍ବରରେ ଓଡ଼ିଶା ଆସିଥିବା ବେଳେ ଓଟିଭିକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଥିଲେ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଅତିଥି ହୋଇ ସେ  ହଟ୍‌ସିଟ୍‌ରେ ବସିଥିଲେ। ସେ ସମୟର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଥିଲେ ସୁଷମା।

ସେତେବେଳେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା। ସୁଷମା କହିଥିଲେ ଯେ, ମେଣ୍ଟ କରିବାରେ ଗୋଟିଏ ଧର୍ମ ଥାଏ। ସେହି ଧର୍ମକୁ ପାଳନ କରିବାର ଉପାୟଟି ଆମକୁ ବେଶ ଜଣା। କାରଣ ଯେଉଁଠି ଆମର ମେଣ୍ଟ ସରକାର ରହିଛି ଆମେ ଅଧିକ କିଛି ଚାହୁଁନା। ଯଦି ସେଠାରେ ଅଧିକ ଆଶା କରିବୁ କିମ୍ବା ସଙ୍ଗଠନକୁ ଆହୁରି ଦୃଢ଼ କରିବୁ ତେବେ ନିଜର ସହଯୋଗୀ ସହ ମତଭେଦ ହେବାର ସମ୍ଭାବନା ରହିଛି। ଆମର ସହଯୋଗୀ ନିଜକୁ ଅସୁରକ୍ଷିତ ମନେ କରିବେ। କେବଳ ଓଡ଼ିଶା ନୁହେଁ ଆମର ପଞ୍ଜାବର ମଧ୍ୟ ମେଣ୍ଟ ସରକାର ଅଛି।

ଆମର ହହିୟାଣାରେ ମଧ୍ୟ ମିଳିତ ସରକାର ଅଛି । ଯେଉଁଠି ଆମ ସରକାର ଅଛି ସେଠି ଆମେ ଅହୁରି ମଜଭୁତ୍‌ ହେଉଛେ। ଯେଉଁଠି ଆମେ ନାହୁଁ ଆମେ ସେଠି ଆମ ସହଯୋଗୀକୁ ଅଧିକ ମଜଭୁତ ହେବା ପାଇଁ ସାହାଯ୍ୟ ସହଯୋଗ କରୁଛୁ। କିନ୍ତୁ ଆମେ ଏତେ ବି ଶକ୍ତିଶାଳି ହେଉନୁ ଯେଉଁଥି ପାଇଁ  ଆମ ସହଯୋଗୀ ଅସୁରକ୍ଷିତ ମନେ କରିବେ। ବିଜେପି ସଙ୍ଗଠନ ବିଜେଡିଠାରୁ ଦୁର୍ବଳ ଥିବା ପ୍ରସଙ୍ଗରେ ସୁଷମା ଅସହମତି ପ୍ରକାଶ କରିଥିଲେ। କହିଥିଲେ ଯେଉଁଠି ମେଣ୍ଟ ସରକାର ଅଛି ଆମେ ଆମ ଭୂମିକା ବିଷୟରେ ଜାଣୁ । ଏ ବିଷୟରେ କାହାଠାରୁ ଜାଣିବା ଜରୁରୀ ନୁହେଁ। ତେବେ ଦେଖନ୍ତୁ ପୂରା ଇଣ୍ଟରଭ୍ୟୁରେ ସେ କ’ଣ କହିଥିଲେ।

https://youtu.be/hICfyt_b-1U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos